ଖୋଲିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଫିକ୍ସିଂ ଗୁମର : କମିଟି ସଭ୍ୟଙ୍କ ଗୁରୁତର ଅଭିଯୋଗ, ଟଙ୍କା ନେଇ ପରୀକ୍ଷା କେନ୍ଦ୍ର ବଦଳାଇଦେଲେ ଅସାଧୁ କର୍ମଚାରୀ

468

କନକ ବ୍ୟୁରୋ : ଖୋଲିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା କେନ୍ଦ୍ର ଫିକ୍ସିଂ ଗୁମର । ଯୁକ୍ତ ଦୁଇ ପରୀକ୍ଷା କମିଟି ସଭ୍ୟ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । କମିଟି ସଭ୍ୟ ଅଭିଯୋଗ କରିଛନ୍ତି, ଉଚ୍ଚଶିକ୍ଷା ମାଧ୍ୟମିକ ଶିକ୍ଷା ପରିଷଦର କିଛି ଅସାଧୁ କର୍ମଚାରୀ ଟଙ୍କା ଖାଇ ପରୀକ୍ଷା କେନ୍ଦ୍ର ବଦଳାଇ ଦେଇଛନ୍ତି । କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳରେ ଆଉ ଏକ ତାଲିକା ପ୍ରକାଶ କରାଯାଇଛି । ଯେଉଁ କଲେଜରେ ପୂର୍ବ ବର୍ଷ କୌଣସି କପି ହୋଇନାହିଁ କି ପରୀକ୍ଷା କେନ୍ଦ୍ର ବାତିଲ ହୋଇନାହିଁ ସେଠାରେ ପରୀକ୍ଷା କେନ୍ଦ୍ର କରିବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା ।

ହେଲେ କମିଟି ପ୍ରସ୍ତାବକୁ ବେଖାତିର କରାଯାଇ ତାକୁ ବଦଳାଇ ଦିଆଯାଇଛି ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଲଗା ତାଲିକା ପ୍ରସ୍ତୁତ କରିଛି । କିଛି କଲେଜଠାରୁ ଟଙ୍କା ନେଇ ସେଠାରେ ପରୀକ୍ଷା କେନ୍ଦ୍ର ତାଲିକା ପ୍ରସ୍ତୁତ କରାଯାଇଛି । ଏଭଳି ଗୁରୁତର ଅଭିଯୋଗ ଆଣି ଏହାକୁ ବିଧାନସଭାରେ ଉଠାଇବା ପାଇଁ କହିଛନ୍ତି ବିଧାୟକ ତଥା କମିଟି ସଦସ୍ୟ ସନ୍ତୋଷ ସିଂ ସାଲୁକା ଓ କିଶୋର ମହାନ୍ତି । ଏଭଳି ଅଭିଯୋଗ ଆଣି କମିଟିର ଅନ୍ତରୀଣ ବୈଠକରୁ ଅଧାରୁ ବାହାରିଯାଇଛନ୍ତି କମିଟି ସଭ୍ୟ ।