ମହାରାଷ୍ଟ୍ର ରାଜନୀତିରେ ଟୁଇଷ୍ଟ : ଏନସିିପି ମୁଖ୍ୟଙ୍କୁ ଭେଟିଲେ ଶିବସେନା ନେତା ସଞ୍ଜୟ ରାଉତ, ରାଜନୈତିକ ଅଚଳାବସ୍ଥା ନେଇ ଚିନ୍ତା ପ୍ରକଟ କଲେ ଶରଦ ପାୱାର

802

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୀତିରେ ନୂଆ ମୋଡ । ଏନସିିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିଲେ  ଶିବସେନା ନେତା ସଂଜୟ ରାଉତ । ଶରଦ ପାୱାରଙ୍କ ବାସଭବନରେ ସେ ତାଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଛି । ଆଲୋଚନା ପରେ ସଂଜୟ ରାଉତ କହିଛନ୍ତି, ପାୱାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ମହାରାଷ୍ଟ୍ରର ବର୍ତ୍ତମାନର ରାଜନୈତିକ ଅଚଳାବସ୍ଥା ନେଇ ଶରଦ ପାୱାର ଚିନ୍ତାବ୍ୟକ୍ତ କରିଛନ୍ତି ।

ଆଗାମୀ ନିଷ୍ପତ୍ତି ଆଗକୁ ଦେଖାଯିବ ବୋଲି ଇସାରା କରିଛନ୍ତି ସଂଜୟ । ଆସନ୍ତା ୭ ତାରିଖରେ ଶେଷ ହେଉଛି ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ । ତା ପୂର୍ବରୁ ସରକାର ଗଠନ ନହେଲେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ ।  ସେପଟେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ୨ ଦିନ ତଳେ ଫଡନବିସ ଅମିତ ଶାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ ।