ରାଗିଗଲେ ମୁନ୍ନା ଭାଇ । ବିଗତ କିଛି ଦିନ ତଳେ ଏକ ପାର୍ଟିରେ ସେ ହଠାତ ରଣବୀର କପୁରଙ୍କ ଉପରେ ଖପ୍ପା ହୋଇ ଯାଇଥିଲେ । କେବଳ ଏତିକି ନୁହଁ ସେ ରଣବୀରଙ୍କ ଅଭିନୟ ଦକ୍ଷତା ଉପରେ ପ୍ରଶ୍ନ ମଧ୍ୟ ଉଠାଇ ଥିଲେ । ନିକଟରେ ପୁଣିଥରେ ସେ ସଲମାନଙ୍କ ବିଷୟରେ ଏପରି କିଛି ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ନିକଟରେ ଏକ ଇଭେଣ୍ଟରେ ଯେତେବେଳେ ସଞ୍ଜୟ ଦତ୍ତଙ୍କୁ ପଚାରାଗଲା ସଲମାନଙ୍କୁ ଗୋଟିଏ ଶବ୍ଦରେ ସେ କ’ଣ କହିବେ,ଉତ୍ତରରେ ଉଦ୍ଧତ ବୋଲି କହିଥିଲେ ସଞ୍ଜୟ । ଏଥିରୁ ଆପଣ ଜାଣି ପାରୁଥିବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଉ ପୂର୍ବପରି ନାହିଁ । ଜଣେ ମ୍ୟାନେଜର ପାଇଁ ଦୁଇ ଜଣଙ୍କ ବନ୍ଧୁତାରେ ଫାଟ ସୃଷ୍ଟି ହୋଇଛି ବୋଲି ଜଣାପଡିଛି ।
ସ୍ପଟବୟ ଡଟକମ ଅନୁସାରେ ସଞ୍ଜୟ ଦତ୍ତ ୨୦୧୪ ଡିସେମ୍ବରରେ ପାରୋଲରେ ଜେଲରୁ ଆସିବାପରେ ସଲମାନ ତାଙ୍କ ମ୍ୟାନେଜରକୁ ନିଜ ମ୍ୟାନେଜର ରଖନ୍ତୁ ବୋଲି ପ୍ରସ୍ତାବ ରଖିଥିଲେ । ସଲମାନଙ୍କ କଥା ମାନି ସଞ୍ଜୟ ଏପରି କରିଥିଲେ । କିନ୍ତୁ ଏପରି କଲାପରେ ମଧ୍ୟ ସଞ୍ଜୟଙ୍କୁ କୈାଣସି ଭଲ ସିନେମା ପାଇଁ ଅଫର ଆସିନଥିଲା ଏବଂ ଏଥିଯୋଗୁଁ ସେ ସଲମାନଙ୍କ ମ୍ୟାନେଜରକୁ କାମରୁ ବାହାର କରି ଦେଇଥିଲେ । ସେବେଠାରୁ ହିଁ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି । ଏହା ସେମାନଙ୍କ ମଧ୍ୟରେ ହୋଇଥିବା ଫାଟର ପ୍ରକୃତ କାରଣ ନା ଆଉ କିଛି ରହସ୍ୟ ଅଛି ତାହା କେବଳ ସମୟ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/p12.jpeg)