ଧମାଲ ସିରିଜର ଆଗାମୀ ସିନେମାରୁ ବାଦ ପଡିଲେ ସଂଜୟ ଦତ୍ତ । ‘ଟୋଟାଲ ଧମାଲ’ରେ ସଂଜୟ ଅଭିନୟ କରିବେନି ବୋଲି ଜଣାପଡିଛି । ‘ଧମାଲ’ ଓ ‘ଡବଲ ଧମାଲ’ ପରେ ନିର୍ଦ୍ଦେଶକ ଇନ୍ଦ୍ରକୁମାର ଖୁବଶୀଘ୍ର ‘ଟୋଟାଲ ଧମାଲ’ର ନିର୍ମାଣ ଆରମ୍ଭ କରିବାକୁ ଯାଉଛନ୍ତି ।
ଲିଡ ରୋଲ ପାଇଁ ସଂଜୟଙ୍କୁ ଅଫର ଦେଇଥିଲେ ସୁଦ୍ଧା ସଂଜୟ ଏହାକୁ ଗ୍ରହଣ କରିନାହାନ୍ତି । ୨୦୧୮ ପର୍ଯ୍ୟନ୍ତ ବିଭିନ୍ନ ପ୍ରୋଜେକ୍ଟରେ ସେ ବ୍ୟସ୍ତ ଅଛନ୍ତି । ତେଣୁ ‘ଟୋଟାଲ ଧମାଲ’ ପାଇଁ ସମୟ ଦେଇ ପାରିବେନି କହିଛନ୍ତି ସଂଜୟ ଦତ୍ତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/sanjaydutt_moss.jpg)