ରାଜ୍ୟରେ ଅନଲାଇନ ଶିକ୍ଷାରୁ ୪୦ଲକ୍ଷ ପିଲା ବଞ୍ଚିତ । ମାତ୍ର ୨୨ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ ଶିକ୍ଷା । ଚଳିତ ଶିକ୍ଷାବର୍ଷରେ ୬୬ଲକ୍ଷ ପିଲା ରହିଛନ୍ତି । ନେଟୱର୍କ ସମସ୍ୟା ପାଇଁ କେନ୍ଦ୍ର ସରକାରକୁ ଚିଠି ଲେଖାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

308

କନକ ବ୍ୟୁରୋ : ଅନଲାଇନ୍ ଶିକ୍ଷାରୁ ରାଜ୍ୟରେ ବଂଚିତ ହୋଇଛନ୍ତି ୪୦ ଲକ୍ଷ ପିଲା ।  ଚଳିତ ଶିକ୍ଷା ବର୍ଷରେ ୬୬ ଲକ୍ଷ ପିଲା ରହିଥିବା ବେଳେ ମାତ୍ର ୨୨ ଲକ୍ଷ ପିଲାଙ୍କ ନିକଟରେ ପହଁଚିପାରିଛି ଅନଲାଇନ୍ ଶିକ୍ଷା । ତଥାପି କରୋନା ମହାମାରୀ ସମୟରେ ଶିକ୍ଷକମାନେ ଶିକ୍ଷାଦାନ ଜାରି ରଖିଛନ୍ତି । ରାଜ୍ୟର ଯେଉଁ ସ୍ଥାନଗୁଡିକରେ ନେଟୱର୍କ ସମସ୍ୟା ରହିଛି , ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅବଗତ କରାଇଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ତଥାପି ଶିକ୍ଷା ସଂପର୍କ ସହ ଯୋଗରେ ପିଲାଙ୍କ ପାଖରେ ପହଁଚିବାକୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ମନ୍ତ୍ରୀ । ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ନୂଆ ଶିକ୍ଷାବର୍ଷର ସମୟକୁ ଦେଖି ପାଠ୍ୟକ୍ରମ ପ୍ରସ୍ତୁତ ପାଇଁ କମିଟି ଗଠନ ହୋଇଛି । ଖୁବଶୀଘ୍ର କମିଟି ନିଷ୍ପତି ନେବ । ତେବେ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହୋଇନଥିବା ମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସେପ୍ଟେମ୍ୱର ମାସର ଗାଇଡଲାଇନ୍ ଅନୁସାରେ ପରବର୍ତି କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ।