ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଘଟଣା : ଗଣଶିକ୍ଷା ମନ୍ତ୍ରୀ କହିଲେ, ମଗାଯାଇଛି ରିପୋର୍ଟ, ସନ୍ଧ୍ୟା ସୁଦ୍ଧା ନିଆଯିବ କାର୍ଯ୍ୟାନୁଷ୍ଠାନ

641

କନକ ବ୍ୟୁରୋ : ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଘଟଣାରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ମଗାଯାଇଛି । ଡିଇଓ ପ୍ରଧାନ ଶିକ୍ଷକ ଓ ବିଇଓଙ୍କ ଜରିଆରେ ତଦନ୍ତ କରୁଛନ୍ତି । ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ସ୍କୁଲର ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରିଆସୁଛନ୍ତି । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଛନ୍ତି । ସ୍କୁଲ ଭିତରେ ଏକୁଟିଆ ପାଇଲେ ଅଶ୍ଲୀଳ ଭାବେ ସ୍ପର୍ଶ କରିବାକୁ ବି ପଛାଉନାହାନ୍ତି । ଚାକିରି କରୁଥିବା ଶିକ୍ଷୟିତ୍ରୀ ଜଣକ ଏ ନେଇ ବାରମ୍ବାର ପ୍ରତିବାଦ କଲେ ବି ପ୍ରଧାନଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କାହାକୁ ଖାତିର କରୁନାହାନ୍ତି ।

ଶିକ୍ଷୟିତ୍ରୀଜଣକ କହିଛନ୍ତି, ଏ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ । ହେଲେ ବ୍ଲକ ଶିକ୍ଷାଧିକାରୀ କହିଥିଲେ, ଆପୋଷ ବୁଝାମଣା କରିନିଅ ।