ନିର୍ବାଚନୀ ପ୍ରଚାର ସମୟରେ ଦେଖିବାକୁ ମିଳିଲା ବିଜେଡ଼ି ପ୍ରାର୍ଥୀଙ୍କ ମାନବିକତା ! କାନ୍ଧରେ ଶବ ବୋହିଲେ ସମ୍ବିତ ରାଉତରାୟ

1,679

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମୈଦାନ ସରଗରମ ଅଛି । ଲୋକଙ୍କ ନିକଟତର ହେବାକୁ ଆପ୍ରଣ ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । କିଏ ଭୋଟରଙ୍କୁ ପ୍ରଲୋଭିତ କରୁଛି ତ କିଏ ଟଙ୍କା ବାଂଟୁଛି । ହେଲେ ଘଡ଼ି ସନ୍ଧିମୁହୁର୍ତ୍ତରେ ଲୋକଙ୍କୁ ସାହାଯ୍ୟ କରିବା ଖୁବ କମ ନେତାଙ୍କ ମଧ୍ୟରେ ଦେଖିବା ପାଇଁ ମିଳେ । ରାଜ୍ୟ ରାଜନୀତିରେ ଏପରି ଏକ ବିରଳ ଦୃଶ୍ୟ ଦେଖିବା ପାଇଁ ମିଳିଛି । ନିର୍ବାଚନୀ ପ୍ରଚାର ସମୟରେ ଦାମଙ୍କ ପୁଅ ତଥା ବିଜେଡ଼ି ବିଧାୟକ ପ୍ରାର୍ଥୀ ସମ୍ବିତ ରାଉତରାୟ ମଧ୍ୟ ପାରାଦ୍ୱୀପ ବିଜୟ ପାଇଁ ପ୍ରଚାର କରୁଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ଏହି ନିର୍ବାଚନ ମଣ୍ଡଳୀରେ ଭୋଟିଂ ହେବ । ତେବେ ନିର୍ବାଚନ ପ୍ରଚାର ସମୟରେ ସମ୍ବିତ ରାଉତରାୟଙ୍କ ମାନବିକତାର ଦେଖାଇଛନ୍ତି ।

ପାରାଦୀପ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସମ୍ବିତ ଶବକୁ କାନେ୍ଧଇ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ତିର୍ତ୍ତୋଲରେ ପ୍ରଚାର ବେଳେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ତିର୍ତ୍ତୋଲ ବ୍ଲକ ରାଣିତୁଳା ଗାଁରେ ପ୍ରଚାର କରୁଥିଲେ ସମ୍ବିତ ରାଉତରାୟ । ଏହି ସମୟରେ ସେହିଁ ଗାଁର ମୋହନ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲ । । ଏହି ଖବର ପାଇତୁରନ୍ତ ପ୍ରଚାର ବନ୍ଦ କରି ଘଟଣାସ୍ଥଳରେ ପହଞ୍ଚିଥିଲେ ସମ୍ବିତ । ସେଠାରେ ସେ କୋକୋଇ କାନେ୍ଧଇ ଶ୍ମଶାନ ଯାଇଥିଲେ । ଆଉ ତାଙ୍କର ଏହି କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି ।