ପୁରୀ ନିର୍ବାଚନୀ ପ୍ରଚାରରୁ ଆସିଲା ରୋଚକ ଦୃଶ୍ୟ ! ମଞ୍ଚରେ ହିନ୍ଦି ମିଶା ତେଲୁଗୁ ଭାଷାରେ ଗୀତ ଗାଇଲେ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର

417

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିର୍ବାଚନୀ ସଭାରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ତରିକା ଆପଣାଉଛନ୍ତି । କିଏ ଫିଲ୍ମ ତାରକାଙ୍କୁ ଧରି ରୋଡ ସୋ କରୁଛନ୍ତି ତ ଆଉ କିଏ ଜନସଭାରେ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜତ କରୁଛନ୍ତି । ହେଲେ ପୁରୀରୁ ଆସିଛି ଏକ ରୋଚକ ଦୃଶ୍ୟ । ଯେତେବେଳେ ବିଜେପିର ପୁରୀ ପ୍ରାର୍ଥୀ କରୁଛନ୍ତି ଭୋଟରଙ୍କ ମନୋରଞ୍ଜନ । ସଭା ମଂଚରେ ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଗୀତ ଗାଇଛନ୍ତି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ।

ତେଲଗୁ ଓ ହିନ୍ଦି ମିଶା ଗୀତ ଗାଇ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଭିଡିଓକୁ ନିଜ ଫେସବୁକ୍ ପେଜରେ ପୋଷ୍ଟ କରି ସମ୍ବିତ ଲେଖିଛନ୍ତି ପୁରୀରେ ତେଲୁଗୁ ସମ୍ପ୍ରଦାୟର ଭୋଟରଙ୍କ ସଂଖ୍ୟା କିଛି କମ ନୁହେଁ । ଆଉ ନିର୍ବାଚନ ପ୍ରଚାରବେଳେ ସେମାନଙ୍କ ଅନୁରୋଧ ରକ୍ଷା କରି ସେ ତେଲୁଗୁରେ ଗାଇଛନ୍ତି ଗୀତ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ସହ ଅନେକଙ୍କ ଦ୍ୱାରା ଆଦୃତ ହୋଇଛି ।

ସୂଚନାଯୋଗ୍ୟ ପୁରୀ ଲୋକସଭା ପାଇଁ ବିଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ ହୋଇଯାଇଥିଲା । ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ସମ୍ବିତ କେତେବେଳେ ଗରିବ ଲୋକଙ୍କ ଘରେ ଖାଇବା ଖାଉଥିବାର ଦେଖାଯାଉଛି ତ ଆଉ କେତେବେଳେ ଖରାରେ ଭୋଟ ମାଗୁଥିବାର ନଜର ଆସୁଛନ୍ତି । ଅନେକ ଥର ସମ୍ବିତ ପାତ୍ରଙ୍କ ଏହି ଅଭିନବ ପ୍ରଚାର ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳୁଛି ।

ପୁରୀ ଲୋକସଭା କ୍ଷେତ୍ରରୁ ବିଜେପି ତରଫରୁ ସାସଂଦ ପ୍ରାର୍ଥୀ ହୋଇଛନ୍ତି ସମ୍ବିତ ପାତ୍ର । ବିଜେଡ଼ିର ଗଡ଼ ଭାଙ୍ଗିବାକୁ ମାରାଥନ ପ୍ରଚାର କରୁଛନ୍ତି ସମ୍ବିତ ପାତ୍ର । ଦୀର୍ଘ ବର୍ଷ ଧରି ବିଜେଡିର ଗଡ ହୋଇ ରହି ଆସିଥିବା ପୁରୀରେ ବଜେପି ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରି ବଳକଷୁଛି । ସମ୍ବିତ ପାତ୍ର ମଧ୍ୟ ଅନୁରୂପ ଉଦ୍ୟମ କରୁଛନ୍ତି । ଆସନ୍ତା ଏପ୍ରିଲ ୨୩ ତାରିଖରେ ହେବାକୁ ଥିବା ତୃତୀୟ ପର‌୍ୟ୍ୟାୟ ନିର୍ବାଚନରେ ପୁରୀରେ ଦେଖିବାକୁ ମିଳିବ ମହାଲଢ଼େଇ । ପୂର୍ବରୁ ପୁରୀ ଲୋକସଭା ଆସନକୁ ଦଖଲ କରିବାକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ମହାପାତ୍ରଙ୍କୁ ବାଛିଥିବାବେଳେ ଦୁଇ ଥରର ପୁରୀ ଲୋକସଭା ସାଂସଦ ପୀନାକି ମିଶ୍ରଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ବିଜେଡ଼ି ସୁପ୍ରିମୋ ।