ସମ୍ବଲପୁର : ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଘରେ ମହିଳାଙ୍କ ଚଢାଉ

33

କନକ ବ୍ୟୁରୋ : ମଦ ବିରୋଧରେ ତାତିଲେ ମହିଳା । ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଘରେ ମହିଳାଙ୍କ ଚଢାଉ । ବ୍ୟାପକ ଦେଶୀମଦ ସହ ହାଣ୍ଡିଆ ଜବତ କରିଛନ୍ତି ମହିଳାମାନେ । ଏଭଳି ଘଟଣା ଘଟିଛି ସମ୍ବଲପୁର ସଦର ଥାନା ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜ ପାଖରେ ଥିବା ପିଲା କନ୍ଦେଇପଡା ଅଂଚଳରେ ।

ବେଆଇନ୍ ମଦ ବିକ୍ରି ବିରୋଧରେ ବାରମ୍ବାର ଅଭିଯୋଗ କରି ବିଫଳ ହେବା ପରେ ଏଭଳି କାଣ୍ଡ କରିଛନ୍ତି ସ୍ଥାନୀୟ ମହିଳା । ମଦ ବିକ୍ରି କରୁଥିବା ୬ଟି ପରିବାରରେ ଚଢାଉ କରିଛନ୍ତି କନ୍ଦେଇପଡା ବହୁ ମହିଳା । ମଦ ଯୋଗୁଁ ପଡାରେ ଅଶାନ୍ତି ସୃଷ୍ଟି ହେଉଥିବା ଅଭିଯୋଗ କରି ସ୍ଥାନୀୟ ମହିଳାମାନେ ୧୫ ଦିନ ତଳେ ଏକ ସଭା କରିଥିଲେ ।

ସଭାରେ ନିଷ୍ପତି ହୋଇଥିଲା ୧୫ ଦିନ ଭିତରେ କନ୍ଦେଇପଡାରୁ ମଦ ଦୋକାନ ହଟିବ । ଗତକାଲି ସେହି ଡେଡଲାଇନ ଶେଷ ହୋଇଥିବା ବେଳେ ଆଜି ମହିଳାମାନେ ମଦ ବିକ୍ରି ହେଉଥିବା ୬ଟି ସ୍ଥାନରେ ଚଢାଉ କରି ଭଙ୍ଗାରୁଜା କରିବା ସହ ଦେଶୀମଦ ଜବତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –