କନକ ବ୍ୟୁରୋ : ସମ୍ବଲପୁରରେ ମଦ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ । ବିଦେଶୀ ମଦ ଦୋକାନକୁ ବିରୋଧ କରି ସମ୍ବଲପୁର ଚାରଭାଟି ଅଂଚଳର ଶତାଧିକ ପୁରୁଷ ଓ ମହିଳା ରାସ୍ତାରୋକ କରିଛନ୍ତି । ସରକାରୀ ବିଦେଶୀ ମଦଦୋକାନ ଖୋଲିବାକୁ ପ୍ରତିବାଦ କରି ମହିଳାମାନେ ସମ୍ବଲପୁର ଓ ଧନୁପାଲି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନରୁ ହଟିଥିଲେ ଲୋକେ ।

Advertisment