ସମ୍ବଲପୁର : ରୋଗୀଙ୍କ ଜୀବନ ସହ ଖେଳ, ଅଧାରୁ ଅପରେସନ ବନ୍ଦ କଲେ ଡାକ୍ତର

47

କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ଖେଳ । ଅଧାରୁ ବନ୍ଦ ହେଲା ଅପରେସନ୍ । ସମ୍ବଲପୁରର ଏକ ଘରୋଇ ନର୍ସିଂହୋମ ଡାକ୍ତରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପଦ୍ମିନୀ କହଁର ନାମକ ଜଣେ ମହିଳା ପେଟ ଯନ୍ତ୍ରଣା ଯୋଗୁଁ ଏହି ନର୍ସିଂ ହୋମକୁ ଆସିଥିଲେ । ଡ଼ାକ୍ତର ତାଙ୍କର ପରୀକ୍ଷା କରିବା ପରେ ଅପରେସନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଅପରେସନ ମଧ୍ୟ କରିଥିଲେ ।

ହେଲେ ଅପରେସନ ସମୟରେ ଡ଼ାକ୍ତର ପ୍ରଥମେ ତାଙ୍କ ପେଟର ଉପର ପଟକୁ କାଟି ଦେଇଥିଲେ । ଏବଂ ପରେ ଏହି ଅପରେସନ ହୋଇ ପାରିବ ନାହିଁ ବୋଲି କହିଥିଲେ । ସେପଟେ ଅଧାରୁ ଅପରେସନ ବନ୍ଦ ହୋଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ସମ୍ପୃକ୍ତ ଡାକ୍ତର । ସେ କହିଛନ୍ତି, ଓଭାରିରେ ଅସୁବିଧା ଯୋଗୁଁ ଏହି ଅପରେସନ ହୋଇ ପାରିନଥିଲା । ଯଦି ଅପରେସନ କରାଯାଇଥାନ୍ତା ତେବେ ରୋଗୀଙ୍କ ଜୀବନ ପ୍ରତି ବିପଦ ହୋଇଥାନ୍ତା ।