କନକ ବ୍ୟୁରୋ : ସୀମା ଟପିଲା ବର୍ବରତା । ଶୋଇଥିବା ବେଳେ ମୁଣ୍ଡ କାଟି ନେଇଗଲେ ଦୁର୍ବୃତ୍ତ । ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ତିଲେଇମାଳରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତ ବ୍ୟକ୍ତି ହେଉଛନ୍ତି ସତ୍ୟନାରାୟଣ ମୁଣ୍ଡା । ଗତକାଲି ରାତିରେ ଘର ବାହାରେ ମଶାରୀ ଟାଣି ଶୋଇଥିବା ସମୟରେ କେହି ତାଙ୍କୁ ହତ୍ୟା କରି ତାଙ୍କ ବେକ କାଟି ନେଇଯାଇଥିବା ଅଭିଯୋଗ ହୋଇଛି । ସକାଳୁ ପରିବାର ଲୋକ ସତ୍ୟନାରାୟଣଙ୍କ ଏଭଳି ଅବସ୍ଥାରେ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି ।
ରାତି ପ୍ରାୟ ୨ଟାରୁ ୫ଟା ମଧ୍ୟରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବାର ପରିବାର ଲୋକ କହିଛନ୍ତି । ଗାଁ ମଝିରେ ଏଭଳି ଏକ ହତ୍ୟାକାଣ୍ଡ ହୋଇଥିବାରୁ କେହି ପରିଚିତ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିଥିବାର ସନ୍ଦେହ କରାଯାଉଛି । ବିଳମ୍ବିତ ରାତିରେ ଏଭଳି ଏକ ହତ୍ୟାକାଣ୍ଡ ଘଟିଥିବାବେଳେ ମୃତଦେହର ମୁଣ୍ଡ ନଥିବା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହ ପହଞ୍ଚି ଛାନଭିନ ଚଳାଇଛି ।