ଖୋଲା ଆକାଶ ତଳେ ବାଉଁଶ ବୁଦା ମୂଳେ ଚାଲିଛି ମଣ୍ଡି : ଖରା ତାତିରେ ସମ୍ବଲପୁର କୁକୁଡାପାଲି ମଣ୍ଡିରେ ସନ୍ତୁଳି ହେଉଛନ୍ତି ହେଉଛନ୍ତି ଚାଷୀ, ପିଇବା ପାଣିର ବନ୍ଦୋବସ୍ତ ନଥିବା ଅଭିଯୋଗ

67

କନକ ବ୍ୟୁରା : ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ମଣ୍ଡି ଗୁଡିକରେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି । କୁକୁଡାପାଲି ଧାନ ମଣ୍ଡି ବାଉଁଶ ବୁଦା ଭିତରେ ଚାଲୁଥିବା ବେଳେ ଖରା ଦାଉରେ ସିଝି ଯାଉଛନ୍ତି ଚାଷୀ ।

ସମ୍ବଲପୁର ଜିଲ୍ଲାରେ ମୁଣ୍ଡଫଟା ଖରାରେ ଘରୁ ବାହାରିବା ମୁସ୍କିଲେ । ହେଲେ ପରିଶ୍ରମର ଫଳକୁ ଉଚିତ ମୂଲରେ ବିକିବା ପାଇଁ ମଣ୍ଡିରେ ଡେରା ପକାଇଛନ୍ତି । ଜିଲ୍ଲାରେ ରବି ଋତୁର ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କୁକୁଡାପାଲି ମଣ୍ଡିରେ ଖରା ଦାଉରୁ ରକ୍ଷା ପାଇପାରୁନାହାଁନ୍ତି ଚାଷୀ । ମଣ୍ଡିଟି ଖୋଲା ଆକଶ ତଳେ ବାଉଁଶ ବୁଦା ମୂଳେ କରାଯାଉଥିବା ବେଳେ ମଣ୍ଡିକୁ ଧାନ ଆଣୁଥିବା ୧୫ଟି ଗାଁର ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ଖରାରୁ ତ ରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ, ପିଇବା ପାଇଁ ମଣ୍ଡିରେ ପାଣିର ମଧ୍ୟ କୌଣସି ବନ୍ଦୋବସ୍ତ କରାଯାଇନାହିଁ । ଏସବୁ ଭିତରେ ପୁଣି ଧାନ କିଣାରେ କଟନି ଛଟନି ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି । ଏପଟେ ସମ୍ବଲପୁର ଉପ ଜିଲ୍ଲାପାଳ କହିଛନ୍ତି ଘଟଣା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ ମଣ୍ଡିର ସ୍ଥିତି ଅନୁଧ୍ୟାନ କରିବେ । ବାରମ୍ବାର କଟନି ଛଟନିକୁ ନେଇ ସରକାର ତାଗିଦ କରିଥିଲେ ସୁଦ୍ଧା ତାକୁ ମାନିବାକୁ ନାରାଜ୍ ମିଲର ।