ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସମ୍ବଲପୁରରେ ବିଜେପି ବନାମ ବିଜେପି ! ସମୀର ମହାନ୍ତିଙ୍କୁ ବୋତଲ ମାଡ଼

33

କନକ ବ୍ୟୁରୋ : ଜିଲ୍ଲାପରିଷଦ ନିର୍ବାଚନବେଳେ ସମ୍ବଲପୁରରେ ବିଜେପି-ବିଜେପି ମୁହାଁମୁହିଁ । ଦଳୀୟ ଜିଲ୍ଲା କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ହାତାହାତି ହୋଇଛନ୍ତି । ଏପରିକି ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ବୋତଲରେ କିଛି କର୍ମୀ ଆକ୍ରମଣ କରିଛନ୍ତି । ମାଡରେ ସମୀରଙ୍କ ମୁହଁ ଫାଟି ଯାଇଥିବା ଜଣାପଡିଛି ।

ସମ୍ବଲପୁରରେ ୧୮ଟି ଜୋନରୁ ୧୩ଟିରେ ବିଜେପି ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରୁଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଏ ହେବ, ଏ ନେଇ ସୁରେଶ ପୂଜାରୀ ଓ ଜୟନାରାୟଣ ମିଶ୍ରଙ୍କ ସମର୍ଥକମାନେ ମୁହାଁମୁହିଁ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ସମୀର ମହାନ୍ତି କହିଛନ୍ତି, ଏହା ତାଙ୍କ ପରିବାରର କଥା ।