କନକ ବ୍ୟୁରୋ : ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ସମାନ୍ୟ ଉତ୍ତେଜନା ଦେଖିବାକୁ ମିିଳିଛି । ଆଖାଡ଼ା ଦଳର ପ୍ରତିକାତ୍ମକ ଖଣ୍ଡା ଓ ଢ଼ାଲକୁ ପୁଲିସ୍ ଜବତ କରିବାକୁ ନେଇ ଟାଉନଥାନା ଆଗରେ ବିବାଦ ଦେଖାଦେଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଏସ୍ପି ଘଟଣା ସ୍ଥଳରେ ପହଂଚିଥିଲେ । ଶୋଭାଯାତ୍ରାରେ ଯାଉଥିବା ଦଳ ଗୁଡ଼ିକୁ ବୁଝାସୁଝା କରିବା ପରେ ବିବାଦ ତୁଟିଛି । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ସ୍ୱାଭାବିକ ହୋଇଛି ଶୋଭାଯାତ୍ରା ।
ସୂଚନାଯୋଗ୍ୟ ଗତକାଲି ଥିଲା ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ସମ୍ବଲପୁର ସହରରେ ଜୟନ୍ତୀ ପାଳନ କରିଥିଛି ସମନ୍ୱୟ ସମିତି । ବିଭିନ୍ନ ପଡାରେ ସଭା ଓ ଶୋଭାଯାତ୍ରା ପାଇଁ ସମନ୍ୱୟ ସମିତି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଧୁମଧାମରେ ହନୁମାନ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି କରାଯାଇଥିବାଲା । ତେବେ ଚଳିତବର୍ଷ ପ୍ରଥମଥର ଲାଗି ଶୋଭାଯାତ୍ରାର ରାସ୍ତା ପରିବର୍ତନ କରାଯାଇଥିଲା । ବାଲିବନ୍ଧାରୁ ଶୋଭାଯାତ୍ରା ବାହାରି ଜିଲ୍ଲା ସ୍କୁଲ ଛକରେ ପହଂଚିଥିଲା । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ମଧ୍ୟ ହୋଇଛି । ଶୋଭା ଯାତ୍ରା ସମୟରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୦ରୁ ଅଧିକ ଅଫିସର ମୁତୟନ କରାଯାଇଥିଲା । ଶୋଭାଯାତ୍ରାରେ ଖଣ୍ଡା ଓ ନିଆଁ ବୁଲାଇବାକୁ ବାରଣ କରିଥିଲା ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/2-31.jpg)
/kanak/media/post_attachments/wp-content/uploads/2018/04/3-28.jpg)