ସପ୍ତାହକ ମଧ୍ୟରେ ସମ୍ବଲପୁରରେ ଦ୍ୱିତୀୟ ଏନକାଉଣ୍ଟର : ଡକାୟତି ଉଦ୍ୟମ ବେଳେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ଆହତ

195

କନକ ବ୍ୟୁରୋ : ସମ୍ବଲପୁରରେ ଏନକାଉଣ୍ଟର । ଧନୁପାଲି ପୋଲିସ ଓ ସ୍ପେଶାଲ ସ୍କାର୍ଡ ମିଳିତ ଭାବରେ ଦୁର୍ଦ୍ଦାନ୍ତ ଅପରାଧି ତ୍ରିଦେବ ବାଗକୁ କୁଲୁଥକାନି-ପୁଟୀବନ୍ଧ ରାସ୍ତାରେ ଏକକାଉଂଟର କରିଛନ୍ତି । ତ୍ରିଦେବ ଏବଂ ତାର ଦୁଇ ଜଣ ସହଯୋଗୀ ଏକ ଡକାୟତି କରିବାକୁ ଯୋଜନା କରୁଥିବାବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ପହଁଚି ଯାଇଥିଲା । ତ୍ରିିଦେବକୁ ପୋଲିସ ଉଦ୍ୟମ କରିବା ସମୟରେ ତ୍ରିଦେବ ପୋଲିସ ଉପରକୁ ଗୁଳି ଚଳାଇଥିଲା । ତାପରେ ପାଲଟା ଗୁଳିମାଡ କରିଥିଲା ପୋଲିସ୍ ।

ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ତ୍ରିଦେବ ନିକଟରୁ ଗୋଟିଏ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ୩୦ ହଜାର କ୍ୟାସ୍ ଓ ଗୋଟିଏ ଖେଳନା ବନ୍ଧୁକ ଜବତ କରିଛି ପୋଲିସ୍ । ତ୍ରିଦେବ ନାମରେ ସମ୍ବଲପୁରରେ ଜବତ କରିଛି ପୋଲିସ୍ । ତ୍ରିଦେବ ନାମରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ୫ଟି ମାମଲା ରହିଛି । ତେବେ ଘଟଣାସ୍ଥଳରୁ ତ୍ରିଦେବର ଦୁଇ ସହଯୋଗୀ ଫେରାର ହୋଇଯାଇଛନ୍ତି । ଗତ ୨ ତାରିଖରେ ମୌସିମ ଅଖତାରକୁ ଏନକାଉଂଟର କରିଥିଲା ପୋଲିସ୍ ।