ସମ୍ବଲପୁରରେ ପୁଣି ଉତ୍ତେଜନା ! ଠେଲକୋପଡା ଡବଲ ମର୍ଡର ମାମଲାରେ ଗିରଫଦାରୀକୁ ବିରୋଧ କରି ପଡାବାସୀଙ୍କ ରାସ୍ତାରୋକ୍

Advertisment
ସମ୍ବଲପୁରରେ ପୁଣି ଉତ୍ତେଜନା ! ଠେଲକୋପଡା ଡବଲ ମର୍ଡର ମାମଲାରେ ଗିରଫଦାରୀକୁ ବିରୋଧ କରି ପଡାବାସୀଙ୍କ ରାସ୍ତାରୋକ୍

କନକ ବ୍ୟୁରୋ : ସମ୍ବଲପୁରରେ ପୁଣି ଉତ୍ତେଜନା । ସମ୍ବଲପୁର ଠେଲକୋପଡା ଡବଲ ମର୍ଡର ମାମଲାରେ ଗିରଫ ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ପଡାବାସୀ । ରାସ୍ତା ମଝିରେ ପଥର, ବାଉଁଶ ରଖିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଶତାଧିକ ଲୋକ । ଘଟଣା ସ୍ଥଳରେ ପୋଲିସ ପହଁଚି ଅବରୋଧକାରୀଙ୍କୁ ଘଉଡାଇଦେଇଛି ।

ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ମାର୍ଚ୍ଚ ଫାଷ୍ଟ କରିଛି ପୋଲିସ୍ । ସୁଜିତ୍ ନାଗ ହତ୍ୟା ମାମଲାରେ ପୋଲିସ ୭ଜଣଙ୍କୁ ଗିରଫ କରିଥିବାବେଳେ ଶଙ୍କର ମୁଖୀ ହତ୍ୟା ମାମଲାରେ ୫ଜଣଙ୍କୁ ଗିରଫ କରିଛି । ହତ୍ୟା ଘଟଣାରେ ମୁଖ୍ୟ ପାଣ୍ଡବ ମୁଖୀର ବଡଭାଇ ଶଙ୍କର ମୁଖୀ ହତ୍ୟା ଘଟଣାରେ ନିର୍ଦ୍ଦୋଷମାନଙ୍କୁ ଗିରଫ କରାଯାଇଛି ବୋଲି ଅଭିଯୋଗ କରି ପ୍ରତିବାଦ କରିଛନ୍ତି ଠେଲକୋ ପଡାବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe