ଶିକ୍ଷକ ଭୂମିକାରେ ଜିଲ୍ଲାପାଳ : ପାଠ ପଢ଼ାଇବା ସହ ମଧ୍ୟାନ୍ନ ଭୋଜନର ତଦାରଖ କଲେ ଶୁଭମ୍ ସକ୍ସେନା

1,335

କନକ ବ୍ୟୁରୋ : ପାଠ ପଢାଇଲେ ଜିଲ୍ଲାପାଳ । ଶିକ୍ଷକ ଭୂମିକାରେ ନଜର ଆସିଲେ ସମ୍ବଲପୁର ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସସେନା ଅଚାନକ ନାକଟିଦେଉଳ ବ୍ଲକ ଗସ୍ତ କରି କିଛି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସ୍କୁଲରେ ପାଠପଢା, ଅନ୍ୟାନ୍ୟ ବ୍ୟବସ୍ଥାର ତଦାରଖ କଲେ, ପିଲାମାନଙ୍କୁ ପାଠ ପଢାଇଲେ । ଏହି ଅବସରରେ ଜିଲ୍ଲାପାଳ ସ୍କୁଲରେ ପିଲାମାନଙ୍କୁ ଶିକ୍ଷାଦାନ କରୁଥିବାର ବିଷୟ ଏବେ ସମଗ୍ର ଅଂଚଳରେ ଚର୍ଚ୍ଚା ପାଲଟିଛି । ଶିକ୍ଷା ବ୍ୟବସ୍ଥାକୁ ସଜାଡିବା ପାଇଁ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟଶୈଳୀକୁ ବେଶ ପ୍ରଶଂସା ମଧ୍ୟ କରାଯାଇଛି ।

ମାଷ୍ଟର ସାଜିଲେ ଜିଲ୍ଲାପାଳ । ଶିମିଳିପାଳ ପଂଚାୟତର ବାଦୋବାହଲ ଗାଁର ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରି ସେଠାରେ ପିଲାଙ୍କୁ ପାଠ ପଢାଇଥିଲେ ସମ୍ବଲପୁର ଜିଲ୍ଲାପାଳ । ଏହା ସହ ଘୁଷରାମାଲ ଗ୍ରାମ ପଂଚାୟତର କଇଁ ଗାଁର ଛାତ୍ରଛାତ୍ରୀଙ୍କୁ ମଧ୍ୟ ପାଠ ପଢାଇବା ସହ କିଛି ପିଲାଙ୍କୁ ପ୍ରଶ୍ନ ମଧ୍ୟ ପଚାଥିଲେ । ପିଲାଙ୍କୁ ପାଠପଢାଇବା ସହ ଉଭୟ ସ୍କୁଲର ମଧ୍ୟାନ୍ନ ଭୋଜନର ତଦାରଖ କରିଥିଲେ ଜିଲ୍ଲାପାଳ ଶୁଭମ୍ ସକ୍ସେନା । ପାଠ ପଢ଼ାଇବା ସମୟରେ ପିଲାମାନେ କେବେ ସହର ଦେଖିନଥିବା କଥା ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଆଗାମୀ ସମୟରେ ପିଲାଙ୍କୁ ସହର ବୁଲାଇ ନେବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶୁଭମ୍ ସକ୍ସେନା

ଏହାସହ ଗସ୍ତ ସମୟରେ ଜଗନ୍ନାଥ ପ୍ରସାଦ ଗାଁରେ ବେଆଇନ ଖୁଚୁରା ମଦ ବିକ୍ରି କାରବାର ନେଇ ଅଭିଯୋଗ ପାଇବା ପରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।