ଭାଷାଜ୍ଞାନ ବଢାଇବା ପାଇଁ ପ୍ରୟାସ : ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ଅନୁଷ୍ଠିତ ହେଲା ପ୍ରତିଯୋଗିତା

203

କନକ ବ୍ୟୁରୋ : ସମ୍ବାଦ ଓ ଆମ ଓଡିଶା ପକ୍ଷରୁ ବାର୍ଷିକ ରାଜ୍ୟସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବର୍ଷା ସତ୍ୱେ ପ୍ରତିଯୋଗିତାରେ ଲକ୍ଷାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ରାଜ୍ୟ ବ୍ୟାପି ୪୦୦ଟି ପରୀକ୍ଷା କେନ୍ଦ୍ରରେ ୧ଲକ୍ଷ ୪୧୧ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସମ୍ବଲପୁରରେ ୮୩ଟି ସେଂଟରରେ ୧୯୬୬୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ସେହିପରି ବାଲେଶ୍ୱରରେ ୫୯ଟି ସେଂଟରରେ ୧୭,୬୯୭ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ବ୍ରହ୍ମପୁରର ୪୯ଟି ସେଂଟରରେ ୧୨,୦୮୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଭୁବନେଶ୍ୱରର ୪୫ଟି ସେଂଟରରେ ୧୧୭୫୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏବଂ କଟକରେ ୪୫ଟି ସେଂଟରରେ ୧୦,୭୨୧ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । 

ଯାଜପୁରରେ ୨୫ଟି ସେଂଟରରେ ୭୬୧୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିିଥିବା ବେଳେ ଜୟପୁରରେ ୪୬ଟି ସେଂଟରରେ ୭୫୪୬ଜଣ, ରାଉରକେଲାରେ ୨୪ଟି ସେଂଟରରେ ୭୩୨୩ଜଣ ଏବଂ ଅନୁଗୁଳରେ ୨୪ଟି ସେଂଟରରେ ୬୦୦୭ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ, ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ହସ୍ତାକ୍ଷର, ଅଷ୍ଟମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ହୋଇଛି  । ପରୀକ୍ଷା ସରିବା ପରେ ବିଚାରକଙ୍କ ଦ୍ୱାରା ଖାତାର ମୂଲ୍ୟାଙ୍କନ କରାଯାଇ, କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । 

ପ୍ରତିଯୋଗିତାରେ ବ୍ଲକ ଓ ଜୋନସ୍ତରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଥିବା ପ୍ରତିଯୋଗୀଙ୍କ ଖାତାକୁ ପୁଣି ଦକ୍ଷ ବିଚାରକଙ୍କ ଦ୍ୱାରା ପୁନଃ ମୂଲ୍ୟାୟନ କରାଯାଇ ପ୍ରତି ବିଭାଗରେ ତିନି ଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ଘୋଷଣା କରାଯିବ । ସେହି ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୪ରେ ଆୟୋଜିତ ହେବାକୁ ଥିବା ସମ୍ବାଦର ୩୫ ତମ ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ।