ବଲିଉଡର ଦବଙ୍ଗ ଅଭିନେତା ସଲମାନ ଖାନ୍ ତାଙ୍କର କଥିତ ଗାର୍ଲଫ୍ରେଣ୍ଡ ୟୁଲିଆ ବନ୍ତୁରଙ୍କ ସହ ନିଜର ସଂପର୍କକୁ ଏଯାଏଁ ଖୋଲାଖୋଲି ଭାବେ ସ୍ୱୀକାର କରିନାହାନ୍ତି । ତଥାପି ସେ ୟୁଲିଆଙ୍କ ପାଇଁ ଯାହା କରନ୍ତି ସେଥରୁ ଜଣାପଡିଯାଏ ସଲମାନଙ୍କ ହୃଦୟରେ କ’ଣ ଅଛି ।
ଏଥର ଭାଲେଣ୍ଟାଇନ ଡେ ଉପଲକ୍ଷେ ସଲମାନ ୟୁଲିଆକୁ ଏକ ସ୍ୱତନ୍ତ୍ର ଲକେଟ ଉପହାର ଦେଇଛନ୍ତି । ଉକ୍ତ ଲକେଟକୁ ପିନ୍ଧି ୟୁଲିଆ ନିଜର ଏକ ଫଟୋ ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି । ସେହି ଲକେଟରେ ଲେଖା ହୋଇଛି ଲଭ,କେୟାର, ଶେୟାର, ଜୟ, ହେଲ୍ପ, ହୋପ ।
ସଲମାନ ଖାନ କେବଳ ବ୍ୟକ୍ତିଗତ ଭାବେ ନୁହଁ ପେଶାଦାର ଜୀବନରେ ମଧ୍ୟ ୟୁଲିଆଙ୍କୁ ବହୁତ ସାହାଯ୍ୟ କରୁଛନ୍ତି । ୟୁଲିଆ ଏବେ ଗାୟନ କ୍ଷେତ୍ରରେ ନିଜର କ୍ୟାରିୟର ଗଢିବା ପାଇଁ ଲାଗି ପଡିଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା ସଲମାନ ଖାନ ଓ ୟୁଲିଆ କେବେ ନିଜର ଏହି ଲୁଚାଚୋରା ସଂପର୍କକୁ ସ୍ୱୀକାର କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/1-6.jpg)