କନକ ବ୍ୟୁରୋ : ୨୦୧୯ କଂଗ୍ରେସ ପାଇଁ ଅଭିଶପ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ଦୀର୍ଘ ଦଶନ୍ଧି ଧରି ଦେଶରେ ରାଜ କରୁଥିବା ଅତି ପୁରୁଣା ଦଳର ଏବେ ସତ୍ତା ନାହିଁ । ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପରାଜୟ ପରେ ଦଳ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । ନିର୍ବାଚନରେ ପରାଜୟ ପାଇଁ ନିଜକୁ ଦାୟୀ କରି ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ଅଡ଼ି ବସିଥିଲେ । ଏହାସହ ପରାଜୟ ପରେ ଦଳରେ ବେଶ୍ କିଛି ଦିନ ଚାଲିଥିଲା ପୋଷ୍ଟମୋଟମ୍ । ମାତ୍ର ୫୨ଟି ସିଟରେ ସୀମିତ ଥିବା ଦଳରେ ଏବେ ବି ଚାଲିଛି ପରାଜୟ ସମୀକ୍ଷା । ଆଉ ଏପରିସ୍ଥଳେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦେଇଛନ୍ତି ବଡ଼ ବୟାନ୍ ।

Advertisment

ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜୟ ପରେ କଂଗ୍ରେସ ନେତା ତଥା ପୂର୍ବ ବିଦେଶ ମନ୍ତ୍ରୀ ସଲମାନ୍ ଖୁର୍ସିଦଙ୍କ ବଡ଼ ବୟାନ । ଲୋକସଭା ନିର୍ବାଚନରେ ମୋଦିଙ୍କ ସୁନାମୀ ଆସିଥିଲା , ଆଉ ଏଥିରେ କେହି ତିଷ୍ଠି ପାରିଲେ ନାହିଁ ବୋଲି ସେ କହିଛନ୍ତି । କିନ୍ତୁ ସବୁଠାରୁ ବଡ କଥା ହେଲେ, ମୋଦି ଲେହର ସତ୍ୱେ ଆମେ ସମସ୍ତେ ରକ୍ଷା ପାଇଗଲୁ ଓ ଆପଣଙ୍କ ସହ କଥା କହିପାରୁଛୁ । ୨୦୦୯ରେ ଫାରୁଖାବାଦରୁ ସାଂସଦ ନିର୍ବାଚିତ ହୋଇଥିଲେ ଖୁର୍ସିଦ । କିନ୍ତୁ ୨୦୧୯ରେ ୨୦୧୯ରେ ତାଙ୍କୁ ପରାଜୟର ସାମ୍ନା କରିବାପାଇଁ ପଡ଼ିଛି ।

ନିର୍ବାଚନରେ ହାରିବା ପରେ ଗତକାଲି ଫାରୁଖାବାଦର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ସଲମାନ୍ ଖୁର୍ସିଦ । ଏହି ଅବସରରେ ତାଙ୍କର ଏଭଳି ବୟାନ୍ ପୁଣି ଥରେ ଚର୍ଚ୍ଚା ସୃଷ୍ଟି କରିଛି ।ୟୁପି ସମେତ ଦେଶରେ କଂଗ୍ରେସ ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଛି । ଏପରିକି ୟୁପିରେ କଂଗ୍ରେସ ମାତ୍ର ଗୋଟିଏ ଆସନ ପାଇଛି । କେବଳ ଏତିକି ନୁହେଁ ପାରମ୍ପରିକ ଆସନ ଆମେଥିରେ ପରାସ୍ତ ହୋଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ୨୦୧୪ ନିର୍ବାଚନରେ କଂଗ୍ରେସକୁ ୪୪ ଆସନ ମିଳିଥିବାବେଳେ ୨୦୧୯ ମସିହାରେ ମାତ୍ର ୫୨ ଆସନ ମିଳିଛି ।