କରୋନା ନେଇ ସଲମାନ ଖାନଙ୍କ ଭିଡିଓ ମେସେଜ : ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମାନିବାକୁ କଲେ ଅନୁରୋଧ, ଘରକୁ ନବାହାରିବାକୁ ଦେଲେ ପରାମର୍ଶ . . . . ଓଡିଆରେ କହିଲେ କରୋନାକୁ କର ନା

1,935

କନକ ବ୍ୟୁରୋ : କରୋନା ବିରୋଧରେ ଲଢେଇ କରୁଛି ସାରା ବିଶ୍ୱ । ଏହି ସମୟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ କରୋନାର ମୁକାବିଲା ପାଇଁ ରାଜ୍ୟବାସୀଙ୍କୁ ଭିଡିଓ ମେସେଜ ଦେଇଛନ୍ତି । ଏଥିରେ ସେ ଓଡିଶା ସରକାର ନେଇଥିବା ପଦକ୍ଷେପକୁ ମାନିବାକୁ ପରାମର୍ଶ ଦେଇଛନ୍ତି । ନିଜକୁ ସୁରକ୍ଷିତ ରଖିବାକୁ ଭିଡିଓ ମେସେଜରେ ବାର୍ତ୍ତା ଦେଇଛନ୍ତି ।

ସେପଟେ ସାମାଜିକ ଦୂରତାର ଏପରି ଚିତ୍ର ମଧ୍ୟ ଆସିଛି ଓଡିଶାରୁ, ଯାହା ଦେଶରେ ଲକଡାଉନ ଲାଗୁ ହୋଇଥିବା ବେଳେ ଜନତାଙ୍କୁ ବାର୍ତ୍ତା ଦେବ । ରାସନ ସାମଗ୍ରୀ ପାଇଁ ଆପଣ କୌଣସି ମଲ୍ କିମ୍ବା ଦୋକାନକୁ ଯାଉଛନ୍ତି କି ? ସାମଗ୍ରୀ କିଣିବା ବେଳେ ଜଣେ ବ୍ୟକ୍ତି ଠାରୁ ଅନ୍ୟ ଜଣେ ଠିଆ ହୋଇଥିବା ସମୟରେ ପରସ୍ପର ଠାରୁ ପ୍ରାୟ ୧ ମିଟର ଦୂରତା ରଖିଛନ୍ତି । ଆଉ ପ୍ରତି ବ୍ୟକ୍ତି ଅନ୍ୟ ଜଣଙ୍କ ଠାରୁ ଦୂରତା ରକ୍ଷା କରିବାକୁ ଗୋଲେଇ ଗୋଲେଇ କରି ସ୍ଥାନ ଚିହ୍ନଟ କରାଯାଇଛି । ପ୍ରତ୍ୟକ ଲୋକ ମଧ୍ୟ ଏହାକୁ ପାଳନ କରୁଛନ୍ତି ।

କେନ୍ଦୁଝର , କାଲିମେଳା ଓ ରାଜଧାନୀ ଭୁବନେଶ୍ୱରର ଏପରି ଚିତ୍ର ଆଜି ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ନିଶ୍ଚୟ । ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେବା ପର ଠାରୁ ରାସନ ସାମଗ୍ରୀ ଓ ପନିପରିବା ଅତି ଦରକାରୀ ଜିନିଷ କିଣିନେବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରତି ଯୋଗିତା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ସାମାଜିକ ଦୂରତା ରକ୍ଷା କରିବାର ଏହି ଚିତ୍ର ଜନତାଙ୍କୁ ବାର୍ତ୍ତା ପ୍ରଦାନ କରିବ । ସାମାଜିକ ଦୂରତା ରକ୍ଷା କରିବାକୁ ପ୍ରେରଣା ବି ଦେବ ।