ଦବଙ୍ଗ ତାରକା ସଲମାନ୍ ଖାନଙ୍କୁ ଖୁବ ଶୀଘ୍ର ଦର୍ଶକ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ । ସୁପରହିଟ ସିନେମା ‘ରେସ୍’ର ତୃତୀୟ ସଂସ୍କରଣରେ ଖଳନାୟକ ଭୂମିକାରେ ନଜର ଆସି ପାରନ୍ତି ସଲମାନ୍ । ଏହି ସିନେମାର ନିର୍ଦ୍ଦେଶନା ଦେବେ ‘ସୁଲତାନ’ ର ନିର୍ଦ୍ଦେଶକ ଅଲ୍ଲୀ ଅବାସ ଜଫର ।
ଯଦି ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୁଅନ୍ତି ତେବେ ପ୍ରଥମ ଥର ପାଁଇ ନେଗେଟିଭ୍ ରୋଲରେ ନଜର ଆସିବେ ସଲମାନ୍ । ଯାହା ବଲିଉଡ୍ ସିନେମା ଦୂନିଆରେ ଇତିହାସ ହେବ ।
ଉଭୟ ‘ରେସ୍’ ଓ ‘ରେସ୍- ୨’ ରେ ସୈଫଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏବେ ଦେଖିବାକୁ ବାକି ରହିଲା ସଲମାନ୍ ଏଇ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିବାପାଇଁ ରାଜି ହେଉଛନ୍ତି କି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/t.png)