ସଲମାନ ଖାନଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ, ୧୦ ହଜାର ଜୋରିମାନା

30

ସଲମାନ ଖାନଙ୍କୁ ଜେଲ ଦଣ୍ଡାଦେଶ । ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଯୋଧପୁର କୋର୍ଟ । ୫ ବର୍ଷ ସଜା କାଟିବେ ସଲମାନ୍ । ଏହାସହ ତାଙ୍କୁ ୧୦ ହଜାର ଟଙ୍କ ଜୋରିମାନା ଦେବାକୁ ପଡ଼ିବ । ଆଜି ପାଇଁ ସଲମାନ୍ ଖାନଙ୍କୁ ଜେଲ ଯିବାକୁ ପଡ଼ିବ । ସଲମାନଙ୍କୁ ଯୋଧପୁର ସେଂଟ୍ରାଲ ଜେଲ୍ ପଠାଯିବ । ସଲମାନଙ୍କ ଡାକ୍ତରୀ ପରୀକ୍ଷା ପରେ ଜେଲ ପଠାଯିବ । କୃଷ୍ଣସାର ମୃଗ ଶୀକାର ମାମଲାରେ ଅଭିନେତା ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ୧୯୯୮ ମସିହାର ମୃଗ ଶୀକାର ମାମଲାରେ କୋର୍ଟ ଆଜି ଏହି ଦଣ୍ଡାଦେଶ ଦେଇଛନ୍ତି । ତେବେ ମାମଲାରେ ସୈଫ ଅଲ୍ଲୀ ଖାନ, ସୋନାଲୀ ବେନ୍ଦ୍ରେ, ନୀଲମ, ତବୁଙ୍କ ସହ ୫ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ପୂର୍ବରୁ କୋର୍ଟ ଶୁଣାଣି ଶେଷ କରି ରାୟକୁ ସଂରକ୍ଷିତ ରଖିଥିଲେ । ଆଜି ରାୟ ଶୁଣାଣିବେଳେ ସଲମାନ ଖାନ ଓ ଅନ୍ୟ ଅଭିନେତା କୋର୍ଟରେ ଉପସ୍ଥିତ ଥିଲେ । ରାୟ ଶୁଣାଇବାବେଳେ ସଲମାନ ଖାନ ଭାବୁକ ହୋଇପଡିଥିଲେ । କୋର୍ଟ ରୁମରେ ସଲମାନଙ୍କ ପାଖରେ ଦୁଇଜଣ ଉଭଣୀ ଉପସ୍ଥିତ ଥିଲେ । ଆଜି ଶୁଣାଣି ବେଳେ ସଲମାନଙ୍କ ଖାନଙ୍କୁ ଓକିଲ ପ୍ରାୟ ୧୫ ମିନିଟ ଯାଏଁ ପକ୍ଷ ରଖିଥିଲେ । ଏହା ପରେ ବିଚାରପତି ସଲମାନଙ୍କୁ ପଚାରିଥିଲେ ଅଭିଯୋଗ ନେଇ ଆପଣଙ୍କ ରାୟ କଣ । ଏଥିରେ ସଲମାନଙ୍କ ଉତର ଥିଲା, ମାମଲାରେ ମୁଁ ସଂପୂର୍ଣ୍ଣ ନିର୍ଦ୍ଦୋଷ । ମୁଁ ଏଥିରେ ସହମତ ନୁହେଁ । ସଲମାନଙ୍କ ଓକିଲ ସଲମାନଙ୍କୁ କମ ଦଣ୍ଡାଦେଷ ଦେବାକୁ ଅନୁରୋଧ କରିଥିଲେ ।