ବଲିଉଡ଼ ଦବଙ୍ଗଙ୍କୁ ଝଟକା ! କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ୍ ଖାନ୍ ଦୋଷୀ ସାବ୍ୟସ୍ତ

77

କୃଷ୍ଣସାର ମୃଗଶିକାର ମାମଲାରେ ଆଜି ରାୟ ଶୁଣାଇଲେ ଯୋଧପୁର କୋର୍ଟ । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବଲିଉଡ଼ର ଦବଙ୍ଗ ସଲମାନ ଖାନ୍ । ରାୟ ଶୁଣାଇଛନ୍ତି ଯୋଧପୁର କୋର୍ଟ । ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ସେଫ ଅଲ୍ଲୀ ଖାନ୍, ତବୁ, ନୀଲମ, ସୋନାଲି ବେନ୍ଦ୍ରେଙ୍କୁ ଦୋଷମୁକ୍ତ କଲେ ଯୋଧପୁର କୋର୍ଟ । ତେବେ ସଲମାନ ଖାନଙ୍କୁ ଦଣ୍ଡବିଧାନ ପାଇଁ ଏବେ ଯୁକ୍ତତର୍କ ଜାରି ରହିଛି । ସଲମାନଙ୍କ ଓକିଲ କମରୁ କମ ଦଣ୍ଡ ବିଧାନ ପାଇଁ କୋର୍ଟରେ ଅପିଲ କରିଛନ୍ତି । ଦବଙ୍ଗ ଖାନଙ୍କ ଓକିଲ କୋର୍ଟରେ ୧୫ ମିନିଟ୍ ପର୍ଯ୍ୟନ୍ତ ଦଲିଲ ଉପସ୍ଥାପନ କରିଥିଲେ । ତେବେ ସରକାରୀ ଓକିଲ ଦବଙ୍ଗ ଖାନଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି । କୋର୍ଟଙ୍କ ନିଷ୍ପତ୍ତି ପରେ ସଲମାନ ଦୁଖିଃତ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ କୃଷ୍ଣସାର ମୃଗଶିକାର ମାମଲାନେଇ ଯୋଧପୁରରେ ପହଁଚିଥିଲେ ସଲମାନ ଖାନ, ତବୁ, ସୋନାଲି ବେନ୍ଦ୍ରେ ଓ ସୈଫ ଅଲ୍ଲୀ ଖାନ । ଗତ ସପ୍ତାହରେ ଯୋଧପୁର ସିଜିଏମ କୋର୍ଟ ରାୟ ସଂରକ୍ଷିତ ରଖିବା ସହ ଏପ୍ରିଲ ୫ରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯୯୮ ଅକ୍ଟୋବରରେ ଯୋଧପୁର ନିକଟ କନକାନିରେ ୨ଟି କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ଫିଲ୍ମ “ହମ୍ ସାଥ୍ ସାଥ୍ ହେଁ’ ସୁଟିଂ ବେଳେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସଲମାନଙ୍କୁ ରାଜସ୍ତାନ ହାଇକୋର୍ଟ କ୍ଲିନ୍ ଚିଟ୍ ଦେଇଥିଲା ।

୧୯୯୮ରେ ଫିଲ୍ମ ହମ ସାଥ ସାଥ ହୈର ସୁଟିଂ ପାଇଁ ସଲାମାନ ଖାନ, ସୋନାଲି ବେନ୍ଦ୍ରେ, ସୈଫ ଅଲ୍ଲୀ ଖାନ ରାଜସ୍ଥାନର ଯୋଧପୁର ଯାଇଥିଲେ । ସୁଟିଂ ସମୟରେ ଯୋଧପୁରର ବିଭିନ୍ନ ସ୍ଥାନରେ ଏହି କଳାକାର ଭିନ୍ନ ସ୍ଥାନରେ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ରହିଛି । ୧୯୯୮ ମସିହା ଅକ୍ଟୋବରରେ ସଲମାନ ଖାନ୍ ଯୋଧପୁରର ବିଭିନ୍ନ ସ୍ଥାନରେ କୃଷ୍ଣସାଗର ମୃଗ ଶୀକାର କରିଥିବା ଅଭିଯୋଗ ହୋଇଥିଲା ।