ମିଡିଆକୁ ଜବାବ ଦେଲେ ଦବଙ୍ଗ ଖାନ ସଲମାନ । ବାହାଘର ଖବର ପାଇଁ ବାରମ୍ବାର ପ୍ରଶ୍ନ କରାଯାଉଥିବାରୁ ଏବେ ମିଡିଆକୁ ନିଜ ଜବାବ ଦେଇଛନ୍ତି ସଲମାନ। ବାହାଘର ପାଇଁ କୌଣସି ନିଷ୍ପତି ନେଲେ ସେ ଟୁଇଟ କରି ଜଣାଇବେ ବୋଲି କହିଛନ୍ତି । ସେପର୍ଯ୍ୟନ୍ତ ତାଙ୍କୁ କିମ୍ବା ଖାନ ପରିବାରକୁ ଏସମ୍ବନ୍ଧରେ କୌଣସି ପ୍ରଶ୍ନ ପଚରା ନଯାଉ ବୋଲି ସଲମାନ କରିଛନ୍ତି ।
ପୂର୍ବରୁ ଏକାଧିକ ସୁନ୍ଦରୀଙ୍କ ସହ ସଲମାନଙ୍କ ବିବାହ ଖବର ଯୋଡା ଯାଇଛି । ଏବେ ବିଦେଶୀ ସୁନ୍ଦରୀ ଲୁଲିଆ ବାଂତୁରଙ୍କୁ ସହ ସଲମାନଙ୍କ ବାହାଘର ଖବର ଖୁବ ଚର୍ଚ୍ଚା ଧରିଛି । ନିକଟରେ ପ୍ରୀତି ଜିଟାଂଙ୍କ ରିସେପସନ ପାର୍ଟିରେ ଏମାନଙ୍କୁ ଏକାଠି ଦେଖାଯିବା ପରେ ସଲମାନଙ୍କୁ ଏକାଧିକ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/05/involving-hindustan-complaint-eyewitnesses-residence-bollywood-allegedly_e9736934-cc10-11e5-83ed-24f59eb81169.jpg)