ସୁନ୍ଦରୀଙ୍କ ଫର୍ଦ୍ଦରେ ଆଉ ଜଣେ ଓଡ଼ିଆ ଝିଅ

138

ସୁନ୍ଦରୀ ପ୍ରତିଯୋଗିତାରେ ପୁଣି ଜଣେ ଓଡିଆ ଝିଅଙ୍କ କମାଲ୍ । କୋରାପୁଟ ସୁନାବେଡାର ସ୍ୱାତୀ ମିଶ୍ର ହୋଇଛନ୍ତି ମିସ୍ ଟିନ୍ ଗ୍ଲୋବଲ୍ -୨୦୧୬ ର ରନର୍ସଅପ୍ । ଗୋଆସ୍ଥିତ ବଲିଉଡ ସି – କୁଇନ ବିଚ୍ ରିସୋର୍ଟରେ ଅନୁଷ୍ଠିତ ଗ୍ଲାମରଭିଲ୍ଲା ମିସ୍ ଟିନ୍ ଗ୍ଲୋବଲ୍ ୨୦୧୬ ରେ ସ୍ୱାତୀ ଏହି ଟାଇଟେଲ୍ ଜିତିଛନ୍ତି ।

ମଡେଲିଂ ଓ ସୁନ୍ଦରୀ ପ୍ରତିଯୋଗିତା ବିଷୟରେ କୌଣସି ଧାରଣା ନଥିବା ସ୍ୱାତୀ ଗୁଗୁଲ ସର୍ଚ୍ଚ କରି ମିସ୍ ଟିନ୍ ଗ୍ଲୋବଲ୍ ୱେବସାଇଟରେ ନିଜ ନାଁ ରେଜିଷ୍ଟର କରିଥିଲେ । ତେବେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେବାକୁ ପ୍ରାୟ ଗୋଟେ ମାସ ପ୍ରଶିକ୍ଷଣ ନେଇଥିଲେ । ଆଉ ଏଥିପାଇଁ ସେ ରିତିକା ରାମତ୍ରୀଙ୍କ ସହଯୋଗ ଲୋଡିଥିଲେ । ଏହାସହ ପରିବାର ଲୋକ ମଧ୍ୟ ବହୁତ ସହଯୋଗ କରିଥିଲେ । ସୁନାବେଡାର ବାପୁ ମିଶ୍ର ଓ ପ୍ରୀତି ମିଶ୍ରଙ୍କ ଝିଅ ସ୍ୱାତୀ ଜଣେ ପଶୁ ପ୍ରେମୀ । ଭଲ ପାଠ ପଢିବା ସହ ଅଭିନୟ , ନୃତ୍ୟ ଓ ବାସ୍କେଟବଲ୍ ଆଦି ଖେଳରେ ସେ ରୁଚି ରଖନ୍ତି । ତେବେ ଆଗାମୀ ଦିନରେ ସେ ଏଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ଅଛନ୍ତି ବୋଲି କୁହନ୍ତି ସ୍ୱାତୀ ।