କନକ ବ୍ୟୁରୋ : ପୁଣି ଲଜ୍ଜା । ଦୁଷ୍କର୍ମ ମାମଲା କମିବା ପରିବର୍ତ୍ତେ ଧୀରେ ଧୀରେ ବୃଦ୍ଧି ପାଉଛି । ଛୋଟ ଛୋଟ ପିଲାଙ୍କୁ ନିଜର ଶିକାର ବନାଉଛନ୍ତି ବିକୃତ ମାନସିକଧାରୀ ବ୍ୟକ୍ତିମାନେ। ପୁଣି ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି । କଟକ ଜିଲ୍ଲା ସାଲେପୁର ଅଂଚଳରେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ସ୍କୁଲ ପିଣ୍ଡାରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ସଂପୃ୍କ୍ତ ଶିଶୁକନ୍ୟାକୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୀଡିତା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ସାଲେପୁର ପୋଲିସ ତନାଘନା ଚଳାଇଛି । ଘଟଣା ପ୍ରତିବାଦରେ ଲୋକେ ରାସ୍ତାରୋକ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଗତକାଲି କ୍ୟାବିନେଟରେ ୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମିଳିବ ବୋଲି ସ୍ୱିକୃତି ମିଳିଛି । କାଠୁଆ, ସୁରାଟ୍ ଓ ଇନ୍ଦୋର୍ ନାବାଳିକା ବଳାତତ୍କାର ଘଟଣାକୁ ନେଇ ଦେଶବ୍ୟାପୀ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ଆଗକୁ ପୋକ୍ସୋ ବା ଶିଶୁ ଯୌନଶୋଷଣ ନିରାକରଣ ଆଇନ୍ରେ ସଂଶୋଧନ କରାଯିବ । ୧୨ ବର୍ଷରୁ କମ୍ ନାବାଳିକା ବଳାତତ୍କାର ଘଟଣାରେ ଦୁଷ୍କର୍ମକାରୀକୁ ଝୁଲାଯିବ ଫାଶୀଖୁଂଟରେ । ଦୁଇଦିନ ପୂର୍ବରୁସର୍ବୋଚ୍ଚ ନ୍ୟାୟାଳୟରେ ନାବାଳିକା ବଳାତତ୍କାର ଙ୍କୁ କଠୋର ଦଣ୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କେନ୍ଦ୍ର ସୂଚନା ଦେଇଥିବା ବେଳେ ଗତକାଲି କ୍ୟାବିନେଟ୍ ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ପ୍ରସ୍ତାବକୁ ସ୍ୱୀକୃତି ଦିଆଯାଇଛି । ଏହାପରେ ସରକାର ପୋକ୍ସୋ ବା ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଅଧ୍ୟାଦେଶ ଆଣିଛନ୍ତି

କ’ଣ ରହିଛି ନୂଆ ପ୍ରସ୍ତାବରେଟ୍ଟ
– ୧୨ ବର୍ଷରୁ କମ୍ ନାବାଳିକା ବଳାତ୍କାରୀକୁ ଫାଶୀ, ଅତି କମରେ ୨୦ ବର୍ଷ ଜେଲ କିମ୍ବା ଆଜୀବନ କାରାଦଣ୍ଡ
– ୧୨ ବର୍ଷରୁ କମ୍ ନାବାଳିକା ଗଣଦୁଷ୍କମକାରୀଙ୍କୁ ଆଜୀବନ ଜେଲ ବା ଫାଶୀ
– ପୀଡ଼ିତାଙ୍କ ବୟସ ୧୬ ବର୍ଷରୁ କମ୍ ହୋଇଥିଲେ ବଳାକ୍ରାରୀଙ୍କ ପାଇଁ ସର୍ବନିମ୍ନ ସଜା ୧୦ ବର୍ଷରୁ ୨୦ ବର୍ଷକୁ ବୃଦ୍ଧି ସହ ଆଜୀବନ କାରାଦଣ୍ଡ
– ୧୬ ବର୍ଷରୁ କମ୍ ନାବାଳିକା ଗଣଦୁଷ୍କମକାରୀଙ୍କୁ ଆଜୀବନ ଜେଲ
– ମହିଳା ବଳାକ୍ରାର ମାମଲାରେ ସର୍ବନିମ୍ନ ସଜା ୭ ବର୍ଷରୁ ୧୦ ବର୍ଷକୁ ବୃଦ୍ଧି
– ଅଧ୍ୟାଦେଶ ଦ୍ୱାରା ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟରେ ସଂଶୋଧନ
– ଦୁଷ୍କର୍ମ ମାମଲାର ଶୁଣାଣି ସାରିବାକୁ ୨ ମାସର ସମୟସୀମା ଧାର୍ୟ୍ୟ