ବଲିଉଡର ନବାବ ସୈଫ ଅଲ୍ଲୀ ଖାନ ଓ ପତ୍ନୀ କରୀନା କପୁର ବିବାହ ପୂର୍ବରୁ ନିଷ୍ପତି ନେଇଥିଲେ କି ବିବାହ ପରେ ଅନ୍ୟ କୋ-ଷ୍ଟାରଙ୍କ ସହ ଚମ୍ବନ ଦୃଶ୍ୟ ଦେବେ ନାହିଁ । କିନ୍ତୁ ତାଙ୍କର ଏହି ନିଷ୍ପତି ବେଶୀ ଦିନ ପାଇଁ ଚାଲିପାରିଲା ନାହିଁ ।
କରୀନା କପୁର ଅର୍ଜୁନ କପୁରଙ୍କ ସହ ସିନେମା ‘କି ଏଣ୍ଡ କା’ ଓ ସୈଫ "ରଙ୍ଗୁନ’ରେ କଙ୍ଗନା ରାଣାୱତଙ୍କ ସହ ଚୁମ୍ବନ ଦୃଶ୍ୟ ଦେଇଥିଲେ । ପ୍ରକୃତକଥା ହେଲା ସୈଫ ଓ କରୀନା ନିଜର ଏହି ଅଟଳ ନିଷ୍ପତିକୁ ତାଙ୍କ ଝିଅର କହିବା ପରେ ଭାଙ୍ଗିଥିଲେ ।
ଏକ ଟକ ସୋ’ରେ ସାକ୍ଷାତକାର ସମୟରେ କରୀନା କହିଛନ୍ତି ସାରା ସେମାନଙ୍କୁ ଏନେଇ କିଛି ଊପଦେଶ ଦେଇଥିଲେ କି ବିବାହରେ ଏମିତି କିଛି ନିଷ୍ପତି ନେବା ଉଚିତ ନୁହଁ । ଏହାସହ ସାରା ଉଭୟଙ୍କୁ ବୁଝାଇଥିଲେ ସିନମାରେ ଅନ୍ୟ ଦୃଶ୍ୟ ପରି ଚୁମ୍ବନ ଦୃଶ୍ୟ ମଧ୍ୟ ଏକ ଦୃଶ୍ୟ । ଏଥିରେ କିଛି ଭୁଲ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/12-1.png)