ଦୁର୍ଘଟଣାରେ ପ୍ରାଣ ହରାଇଥିବା ପତ୍ନୀର ଶବକୁ ଜାବୁଡି ଧରି କାନ୍ଦିଲେ ଯୁବକ ! କହିଲେ, ‘ଉଠ ମୁନ୍ନିକୁ କ୍ଷୀର ପିଆଇ ଦେ’

55

ଦୁର୍ଘଟଣାରେ ପତ୍ନୀକୁ ହରାଇବା ପରେ ଯୁବକଙ୍କ ଅବସ୍ଥା ପାଗଳପ୍ରାୟ ହୋଇଯାଇଛି । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗୁଆଲିଅରର ସଂଥେରୀରେ । ପତି ହୁକୁମ ପାଲ, ପତ୍ନୀ ଆଶା ଓ ଝିଅ ଖୁସୀକୁ ନେଇ ସେମାନଙ୍କର ଖୁସିର ସଂସାର । କିନ୍ତୁ ଦୁର୍ଘଟଣା ଉଜାଡିଦେଲା ତାଙ୍କ ହସ ଖେଳର ସଂସାର । ଦୁର୍ଘଟଣାରେ ପ୍ରାଣ ହରାଇଥିବା ପତ୍ନୀ ଆଶାର ଶବକୁ ଯେତେବେଳେ ବ୍ୟବଚ୍ଛେଦ ପାଇଁ ନିଆ ଯାଉଥିଲା ପତି ହୁକୁମ ତା’କୁ ଜାବୁଡିଧରି କାନ୍ଧି ଉଠିଥିଲେ ଓ କହି ଉଠିଥିଲେ ‘ଉଠ ମୁନ୍ନିକୁ କ୍ଷୀର ପିଆଇ ଦେ’ । ସଂପର୍କୀୟମାନେ ହୁକୁମକୁ ପତ୍ନୀ ଆଶା ଠାରୁ ଅଲଗା କରିବା ପାଇଁ ବହୁତ ଚେଷ୍ଟା କିରିଥିଲେ କିନ୍ତୁ ସେ ଘଂଟା ଘଂଟା ଧରି ଆଶାକୁ ଜାବୁଡି ଧରି କାନ୍ଦୁଥିଲେ ।

ବହୁତ କଷ୍ଟରେ ହୁକୁମକୁ ଆଶା ଠାରୁ ଅଲଗା କରା ଯାଇଥିଲା, ତା’ପରେ ହେଲା ଆଶାର ପୋଷ୍ଟମୋଟମ । ଘଟଣା ଦିନ ହୁକୁମ ପାଲ, ପତ୍ନୀ ଆଶାକୁ ଓ ଏକ ବର୍ଷର ଝିଅ ଖୁସିକୁ ନେଇ ଶ୍ୱଶୁର ଘର ସଂଥେରୀକୁ ବୁଲିବାକୁ ଯାଉଥିଲା । କିନ୍ତୁ ରାସ୍ତାରେ ହେଲା ଏହି ହୃଦୟବିଦାରକ ଦୁର୍ଘଟଣା । ଗାଁ ପାଖ ହାଇୱେରେ ପାଖରେ ଥିବା ଗଭୀର ଖାତ ହୁକୁମକୁ ନଜର ଆସି ନଥିଲା ଓ ସେମାନେଙ୍କ ବାଇକ ଖାତରେ ଖସି ପଡିଥିଲା ।

ଏହି ଦୁୁର୍ଘଟଣାରେ ସମସ୍ତେ ଆହତ ହୋଇଥିଲେ ହେଁ ଆଶାର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବର ପାଇ ପୁଲିସ ଆମ୍ବୁଲାଂସ ନେଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ସବୁ ଶେଷ ହୋଇ ଯାଇଥିଲା ଏବଂ ଆଶାର ଦୁନିଆ ଛାଡି ଚାଲି ଯାଇଥିଲା । ଆଶାର ମୃତ୍ୟୁ ପରେ ହୁକୁମ ପାଲର ମାନସିକ ସ୍ଥିତି ଖରାପ ହେବା ସହ ପାଗଳ ପରି ବ୍ୟବହାର କରିବାରେ ଲାଗିଲା ।