ବାଲେଶ୍ୱରରେ ବସରୁ ଜବତ ହେଲା ଶହ ଶହ ବସ୍ତା ଗେଣ୍ଡା : କୋଲକାତା ଚାଲାଣ ହେଉଥିବା ସନ୍ଦେହ, ସେରଗଡ ଟୋଲଗେଟ ନିକଟରେ ଧରିଲା ପୋଲିସ

642

କନକ ବ୍ୟୁରୋ : ବାଲେଶ୍ୱରରେ ବସରୁ ଜବତ ହେଲା ଶହ ଶହ ବସ୍ତା ଗେଣ୍ଡା । ୨ଟି ବସରେ ବସ୍ତା ବସ୍ତା ଗେଣ୍ଡା ଯାଉଥିବା ବେଳେ ଖନ୍ତାପଡା ପୋଲିସ ଏହାକୁ ଜବତ କରିଛି । ଏହି ଘଟଣାରେ ୬ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ବାବାମଣି ବସ ଏବଂ ନିଗମ ବସରେ ଏସବୁ ଗେଣ୍ଡା ଯାଉଥିଲା । ପୋଲିସର ସୂଚନା ଅନୁସାରେ ଏସବୁ ଗେଣ୍ଡା ଧାମରାରୁ କୋଲକାତା ଅଭିମୁଖେ ଯାଉଥିଲା ।

ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ ଟୋଲଗେଟ ନିକଟରେ ଏସବୁ ଗେଣ୍ଡାକୁ ଧରିଛି ପୋଲିସ । ତେବେ ଏତେ ପରିମାଣର ଗେଣ୍ଡା କୁଆଡେ ଯାଉଥିଲା, କେଉଁ ଉଦ୍ଦେଶ୍ୟରେ ଯାଉଥିଲା ସେନେଇ କିଛି ସୂଚନା ମିଳିପାରିନାହିଁ । ଗେଣ୍ଡା ଚାଲାଣ ପଛରେ କିଛି ରାକେଟ କାମ କରୁଥିବା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।