ବିଶ୍ୱକପ ଟାଇଟଲ୍ ଠାରୁ ୨ ପାଦ ଦୂରରେ ଭାରତ : ଶୁଭେଚ୍ଛା ଜଣାଇଲେ ସଚିିନ କହିଲେ, ରୋହିତଙ୍କ ପ୍ରଦର୍ଶନକୁ ପ୍ରଂଶସା

238

କନକ ବ୍ୟୁରୋ : ବିଶ୍ୱକପରେ ଟିମଇଣ୍ଡିଆର ବିଜୟ ପରେ ଏବେ ଆରମ୍ଭ ହୋଇଯାଇଛି ଟୁଇଟ୍ ବର୍ଷା । ଟିମଇଣ୍ଡିଆ ବିଶ୍ୱକପ୍ ସେମି ଫାଇନାଲରେ ପ୍ରବେଶ କରିଥିବାର ବଧେଇ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେପଟେ ଟିମ୍ ଇଣ୍ଡିଆ ବିଶ୍ୱକପ ସେମିରେ ପ୍ରବେଶ କରିଥିବାରୁ ଦଳକୁ ଶୁଭେଛା ଜଣାଇଛନ୍ତି ସଚିନ୍ । ରୋହିତଙ୍କ ଲଗାତର ଭଲ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ସଚିନ୍ । ବିଶ୍ୱକପରେ ଦଳର ଏହି ଦାୟିତ୍ୱକୁ ରୋହିତ ନିଜ କାନ୍ଧକୁ ନେଇଥିବାରୁ ସଚିନ୍ ଏହାକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେପଟେ ବୁମରାଙ୍କ ଫଟୋ ସହିତ ସେହବାଗ୍ ଟୁଇଟ୍ କରି କହିଛନ୍ତି ଗୋଟିଏ ଚେହେରା ଯାହାକୁ ଭରସା କରାଯାଇପାରେ ।

ସେପଟେ ଭାରତୀୟ ଦଳ ବିଶ୍ୱକପ୍ ସେମିରେ ସ୍ଥାନ ପକ୍କା କରିଥିବାରୁ ଶୁଭେଛା ଜଣାଇଛନ୍ତି ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ମ୍ୟାଚ୍ ଶେଷଭାଗରେ ବାଂଲାଦେଶ ଯେମିତି ସ୍ପିରିଟ୍ ଓ ଲଢେଇ କଲା , ତା’ନେଇ ବାଂଲା ଦଳକୁ ମଧ୍ୟ ପ୍ରଶଂସା କରିଛନ୍ତି ଲକ୍ଷ୍ମଣ । ମ୍ୟାଚ୍ ଜିତିବା ପରେ ପୁରା ଟିମ୍ ମେଟଙ୍କ ଫଟୋକୁ ନିଜ ଟୁଇଟର ପେଜରେ ସ୍ଥାନ ଦେଇ କୋହଲି ଟୁଇଟ୍ କରିଛନ୍ତି ଆମେ ଏକାଠି ଆଗେଇ ଚାଲିଛୁ, ଜୟ ହିନ୍ଦ ।