ଆଗାମୀ ବଲିଉଡ ବାୟୋପିକ ସିନେମା ‘ସଚିନ ଦ ବିଲିୟନ ଡ୍ରିମସ’ର ୨ୟ ଗୀତ ରିଲିଜ ହୋଇଛି । ଏହା ହେଉଛି ସିନେମାର ଟାଇଟଲ ଗୀତ । ସମ୍ପୂର୍ଣ୍ଣ ଗୀତରେ ନଜର ଆସିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଟାଇଟଲ ସଙ୍ଗରେ ରହିଛି ସୁଖବିନ୍ଦର ସିଂଙ୍କ ଆୱାଜ । ଏହାକୁ କମ୍ପୋଜ କରିଛନ୍ତି ମ୍ୟୁଜିକ ବାଦଶାହା ଏ.ଆର.ରେହେମାନ ।
ଜେମ୍ସ ଇସୋକିନଙ୍କ ନିର୍ଦ୍ଦେଶିତ ଏହି ବାୟୋପିକ ମେ ୨୬ରେ ରିଲିଜ ହେଉଛି । ନିଶ୍ଚିତ ଭାବେ ସଚିନଙ୍କ ଫ୍ୟାନଙ୍କ ପାଇଁ ଏହା ଏକ ବିଶେଷ ଉପହାର ହେବାକୁ ଯାଉଛି । ଅନ୍ୟପଟେ ରିଲିଜକୁ ନେଇ ଉଭୟ ସିନେ ଓ କ୍ରିକେଟ ପ୍ରଶଂସକଙ୍କ ଉତ୍ସାହ ବେଶ ଅଧିକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/Sachin-A-Billion-Dreams-trailer-newf1.jpg)