ସାବରୀମାଳା ମନ୍ଦିରରେ ମହିଳା ପ୍ରବେଶ ଅଧିକାର ନେଇ ସୁପ୍ରିମକୋର୍ଟଙ୍କ ରାୟର ନୂଆ ଦିଗ : ରାୟକୁ ବିରୋଧ କରିଥିଲେ ଖଣ୍ଡପୀଠର ଏକମାତ୍ର ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରା

70

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରୁ ହଟିଛି ପ୍ରତିବନ୍ଧକ । ଗତକାଲି ମାମଲାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଠପୀଠ । ଗୋଟିଏ ପଟେ ବର୍ଷ ବର୍ଷ ଧରି ପରମ୍ପରା ଆଳରେ ଚାଲିଆସିଥିବା ଅନ୍ଧ ବିଶ୍ୱାସକୁ କୋର୍ଟ ଉଚ୍ଚେଦ କରିଥିବା ବେଳେ କୋର୍ଟ ରୁମରୁ ମିଳିଥିଲା ଏକ ଭିନ୍ନ ସନ୍ଦେଶ । ଯେତେବେଳେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ମନ୍ତବ୍ୟ ରଖୁଥିଲେ ଜଣେ ମହିଳା ବିଚାରପତି । ୫ ଜଣିଆ ବେଂଚର ଅନ୍ୟତମ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରା ଟିପ୍ପଣୀ କରିଥିଲେ ଯେ, ଧର୍ମୀୟ ପରମ୍ପରାରେ କୋର୍ଟ ଅଯଥା ହସ୍ତକ୍ଷେପ କରିବା ଅନୁଚିତ୍ ।

ଏକ ନିଦ୍ଦିଷ୍ଟ ଧର୍ମୀୟ ବିଚାରରେ ବିଶ୍ୱାସ କରୁଥିବା ଗୋଷ୍ଠିର ପରମ୍ପରାରେ କୌଣସି ପରିବର୍ତନ କରିବା ଅର୍ଥ ସେମାନଙ୍କ ଧର୍ମୀୟ ଅଧିକାରକୁ କ୍ଷୁର୍ଣ୍ଣ କରିବା । ସାରା ଦେଶରେ ଯେତେବେଳେ ମହିଳାଙ୍କ ସମାନ ଅଧିକାର ନେଇ ଦାବି ହେଉଥିଲା ଠିକ ସେତିକିବେଳେ ଜଣେ ମହିଳା ବିଚାରପତି ହୋଇ ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ମନ୍ତବ୍ୟ ବେଶ ଦ୍ୱନ୍ଦ ତିଆରି କରିଥିଲା । ତଥାପି ୪-୧ ବହୁମତରେ ମହିଳାଙ୍କୁ ସାବରୀ ମାଳା ମନ୍ଦିରରେ ପ୍ରବେଶ ଅନୁମତି ମିଳିଛି ।

ପରମ୍ପରାକୁ ଭାଙ୍ଗି ମହିଳାଙ୍କ ସେମାନଙ୍କ ମୌଳିକ ଅଧିକାର ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ ପ୍ରଶ୍ନ ଉଠୁଛି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ବର୍ଷ ବର୍ଷର ପରମ୍ପରାରେ ହସ୍ତକ୍ଷେପ କରିବେ କି ସୁପ୍ରିମକୋର୍ଟ । କାରଣ ଶ୍ରୀମନ୍ଦିରକୁ ଅଣହିନ୍ଦୁ ପ୍ରବେଶ ନେଇ କୋର୍ଟ ପ୍ରସ୍ତାବ ଦେଇଥିଲେ । ଜଗନ୍ନାଥ ମନ୍ଦିରରେ ସଂସ୍କାର ପାଇଁ ବଂଶାନୁକ୍ରମିକ ସେବାୟତ ପ୍ରଥା, ଦାନ ଦକ୍ଷିଣା ବନ୍ଦ ସହ ଶ୍ରୀମନ୍ଦିର ଆଇନକୁ ପରିବର୍ତନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।