କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଆଜି ସୁପ୍ରିମକୋର୍ଟଙ୍କ ଆସିବ ଚୂଡାନ୍ତ ରାୟ : ଜଷ୍ଟିସ ଦୀପକ ମିଶ୍ରଙ୍କ ସାମ୍ବିଧାନିକ ଖଣ୍ଡପୀଠ କରିବେ ଶୁଣାଣି

44

କନକ ବ୍ୟୁରୋ : ବିଗତ ଦୁଇ ଦିନ ହେଲାଣି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ସାବରୀମାଲା ମନ୍ଦିର ମାମଲାରେ ଆଜି ଆସିବ ରାୟ । କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରସଙ୍ଗ ନେଇ ଆଜି ଚୂଡାନ୍ତ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ରହିଥିବା କଟକଣା ଉଠିବ କି ନାହିଁ ସେ ସଂପର୍କିତ ମାମଲାର ନିଷ୍ପତି ଶୁଣାଇବେ ସାମ୍ବିଧାନିକ ଖଣ୍ଡପୀଠ । ଏହି ମାମଲାର ଶୁଣାଣି କରି ଅଗଷ୍ଟ ମାସରେ ମାମଲାର ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ । ଏହି ମନ୍ଦିରରୁ ମହିଳାଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ଦ୍ୱାରା ସେମାନଙ୍କୁ ସମ୍ବିଧାନର ଧାରା ୧୪, ୧୫ ଓ ୧୭ ଅଧୀନରେ ମହିଳାମାନଙ୍କୁ ମିଳିଥିବା ଅଧିକାରର ଉଲ୍ଲଂଘନ ହେଉଛି କି ନାହିଁ ସେ ସଂପର୍କରେ ଅଦାଲତ ରାୟ ଶୁଣାଇବେ ।

 

ସୂଚନାଯୋଗ୍ୟ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଦିଆଯିବା ପାଇଁ ଲମ୍ବା ସମୟ ଧରି ଦାବି ହୋଇଆସୁଛି । ଯାହାକୁ ମନ୍ଦିର ପ୍ରଶାସନ ଲଗାତାର ବିରୋଧ କରୁଛନ୍ତି । କିନ୍ତୁୂ ମନ୍ଦିରରେ ମିହଳାଙ୍କ ପ୍ରବଶେ କଥାକୁ ରାଜ୍ୟ ସରକାର ସମର୍ଥନ ଜଣାଉଛନ୍ତି । ପ୍ରବେଶକୁ ନେଇ ମାମଲା ସୁପ୍ରମକୋଟ ପର୍ଯ୍ୟନ୍ତି ପହଞ୍ଚିଝି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୫ ସଂସଦୀୟ ବେଂଚ ଅଗଷ୍ଟରେ ସମ୍ପୂର୍ଣ୍ଣ ଶୁଣାଶି ପରେ ନିଷ୍ପତି ସଂରକ୍ଷିତ ରଖିଥିଲେ ।

source : The Indian Express

ଅନ୍ୟପଟେ ଆଜି ଭୀମା-କୋରୋଗାଓଁ ମାମଲାର ମଧ୍ୟ ଶୁଣାଶି ହେବ । ଏହି ମାମଲାରେ ଗିରଫ ହୋଇଥିବା ୫ ମାନବାଧିକାର କାକଯ୍ୟକର୍ତ୍ତଙ୍କ ତତ୍କାଳ ଜାମିନ ଓ ଗିରଫଦାରୀ ମାମଲାରେ ଆଜି ଶୁଣାଣି ହେବ ।