କନକ ବ୍ୟୁରୋ : ବୈଦେଶିକ ମନ୍ତ୍ରୀଙ୍କ ନୈଶ୍ୟଭୋଜି । ଆସନ୍ତାକାଲି ନୂଆ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦିଲ୍ଲୀରେ ସମସ୍ତ ଦେଶର ରାଜଦୂତଙ୍କୁ ରାତ୍ରୀଭୋଜନ ଦେବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୟଶଙ୍କରଙ୍କ ନୈଶ୍ୟ ଭୋଜିକୁ ପାକିସ୍ତାନର ରାଜଦୂତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଜୟଶଙ୍କର ନୂଆ ଦିଲ୍ଲୀର ଉପସ୍ଥିତ ଥିବା ସମସୟ ରାଜଦୂତଙ୍କୁ ଡିନରରେ ଡାକିଛନ୍ତି । ଦୁନିଆର ସମସ୍ତ ଦେଶ ସହ ଭାରତ କୂଟନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଲାଗିପଡ଼ିଛି । ଆଉ ଏଥିପାଇଁ ବିଭିନ୍ନ ଦେଶର ରାଜଦୂତଙ୍କୁ ରାତ୍ରୀଭୋଜନରେ ଅପ୍ୟାୟିତ କରିବେ ବୈଦେଶିକ ମନ୍ତ୍ରୀ ।

Advertisment

ସେପଟେ ଆମେରିକୀୟ ବୈଦେଶିକ ମନ୍ତ୍ରୀ ୨୫ ଜୁନ ଠାରୁ ତିନି ଦିନିଆ ଭାରତ ଯାତ୍ରାରେ ଆସୁଛନ୍ତି । ଭାରତର ବୈଦେଶିକ ମନ୍ତ୍ରୀଙ୍କୁ ସେ ଭାରତ ଯାତ୍ରା ସମୟରେ ସାକ୍ଷାତ କରିବେ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ ଲୋକସଭା ନିର୍ବାଚନ ପରେ ଆମେରିକା ସହ ଏହା ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ । ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଦେଶ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ମଜଭୁତ କରିବ ବୋଲି ଆଶା କରାଯାଉଛି ।