କନକ ବ୍ୟୁରୋ : ଋଷ ଗସ୍ତରେ ଅଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଭିକ୍ଟ୍ରି ଡେ ପରେଡରେ ସେ ସାମିଲ ହେବେ କିନ୍ତୁ ଚୀନ୍ ପ୍ରତିପକ୍ଷଙ୍କ ସହିତ କୌଣସି ଆଲୋଚନା ହେବନାହିଁ । ଏହାରି ମଧ୍ୟରେ ଭାରତ ଚୀନ୍ ସୀମା ବିବାଦକୁ ନେଇ ବଡ ବୟାନ ରଖିଛି ଋଷ । ଏହି ସୀମା ବିବାଦର ସମାଧାନ ପାଇଁ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ । ଉଭୟ ଦେଶ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସକ୍ଷମ ବୋଲି ଋଷ କହିଛି । ଋଷ-ଭାରତ ଓ ଚୀନ ବୈଦେଶିକ ମନ୍ତ୍ରୀସ୍ତରୀୟ ଭର୍ଚୁଆଲ୍ ସମ୍ମିଳନୀରେ ଏପରି ମତ ରଖିଛି ଋଷ । ଋଷ ବୈଦେଶିକ ମନ୍ତ୍ରୀ ଲାଭରୋଭ୍ କହିଛନ୍ତି ଆମେ ଆଶାବାଦୀ ଏପରି କରିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ଶାନ୍ତିବଜାୟ ରହିବ ।
କୌଣସି ପକ୍ଷ କୂଟନୈତିକ ସମାଧାନକୁ ବାଦ୍ ଦେଇ ଅନ୍ୟ କିଛି ଚିନ୍ତା କରିବେ ନାହିଁ ବୋଲି ଋଷ ଆଶାବାଦୀ ଥିବା କହିଛି । ସେପଟେ ଭାରତ ସ୍ପଷ୍ଟ କରିଛି ଚୀନ୍ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଜଣାଇବା ଆବଶ୍ୟକ । ଗତ ୧୫ ତାରିଖ ରାତିରେ ଲଦାଖର ସୀମାନ୍ତ ଗଲୱନ ଘାଟିରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ୍ ସେନା ଷଡ ଯନ୍ତ୍ର କରି ଆକ୍ରମଣ କରିଥିଲା । ଏଥିରେ ୨୦ ଭାରତୀୟ ଜବାନ ସହିଦ ହୋଇଥିଲେ । ଏହି ଘଟଣା ପରେ ଭାରତ ଲଦାଖ ସୀମାରେ ସୈନ୍ୟ ବଳ ବଢାଇ ଦେଇଛି । ଗଲୱନ ଘାଟି ନିକଟବର୍ତ୍ତି ଅଂଚଳରେ ଲଢୁଆ ବିମାନ ଓ ଆପାଚୀ ଆଟାକ୍ ହେଲିକପ୍ଟର ମୁତୟନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/9-13.jpg)