ଗାଁ ଲୋକଙ୍କୁ ସହର ମନା । ଗ୍ରାମାଞ୍ଚଳ ଲୋକଙ୍କୁ ସହରକୁ ନଆସିବା ପାଇଁ ଅନୁରୋଧ କଲେ ଗଞ୍ଜାମ ଜିଲ୍ଲାପାଳ । ଆବଶ୍ୟକତା ନଥିଲେ ୧୫ଦିନ ପାଇଁ ନଆସିବାକୁ ନିବେଦନ ।

752

କନକ ବ୍ୟୁରୋ : ଗାଁ ଲୋକଙ୍କୁ ସହର ମନା । ଗଂଜାମ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ଆଜି ଠାରୁ ଆସନ୍ତା ମଙ୍ଗଳବାର ଯାଏଁ ଏହି ସଟ ଡାଉନ୍ ରହିବ । ସଟ ଡାଉନ୍ ନିୟମ ମାନିବା ସହ ଗ୍ରାମାଂଚଳର ଲୋକଙ୍କୁ ସହରକୁ ନଆସିବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।

ଅତି ଆବଶ୍ୟକ ନପଡିଲେ ଗାଁରୁ ବାହାରି ସହରକୁ ଆସନ୍ତୁ ନାହିଁ ଗଂଜାମବାସୀଙ୍କୁ ନିବେଦନ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃକ କୁଲାଙ୍ଗେ । କେବଳ ଏତିକି ନୁହେଁ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ଧୋଇବାକୁ, ଜନଗହଳିଠାରୁ ଦୂରେଇ ରହିବାକୁ ଓ ଦୁଇ ମିଟର ଦୂରତ୍ୱ ବଜାୟ ରଖିବାକୁ ବି ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ସେପଟେ ଆଜିଠୁ ୩୦ ତାରିଖ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଟ୍‌ଡାଉନ ଘୋଷଣା କରାଯାଇଛି। କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କୋହଳ ହେବ ନିୟମ । ସଟ୍‌ଡାଉନରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ ଡାକ୍ତରୀ ଟିମ୍‌ । ଏଥିପାଇଁ ୭୦ଟି ଟିମ୍‌ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Comments are closed.