କନକ ବ୍ୟୁରୋ : ଗାଁ ଲୋକଙ୍କୁ ସହର ମନା । ଗଂଜାମ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେଣୁ ବ୍ରହ୍ମପୁର ସହରକୁ ୪ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି । ଆଜି ଠାରୁ ଆସନ୍ତା ମଙ୍ଗଳବାର ଯାଏଁ ଏହି ସଟ ଡାଉନ୍ ରହିବ । ସଟ ଡାଉନ୍ ନିୟମ ମାନିବା ସହ ଗ୍ରାମାଂଚଳର ଲୋକଙ୍କୁ ସହରକୁ ନଆସିବା ପାଇଁ ନିବେଦନ କରିଛି ଜିଲ୍ଲା ପ୍ରଶାସନ ।
ଅତି ଆବଶ୍ୟକ ନପଡିଲେ ଗାଁରୁ ବାହାରି ସହରକୁ ଆସନ୍ତୁ ନାହିଁ ଗଂଜାମବାସୀଙ୍କୁ ନିବେଦନ କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃକ କୁଲାଙ୍ଗେ । କେବଳ ଏତିକି ନୁହେଁ ମାସ୍କ ପିନ୍ଧିବାକୁ, ବାରମ୍ବାର ହାତ ଧୋଇବାକୁ, ଜନଗହଳିଠାରୁ ଦୂରେଇ ରହିବାକୁ ଓ ଦୁଇ ମିଟର ଦୂରତ୍ୱ ବଜାୟ ରଖିବାକୁ ବି ପରାମର୍ଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
ସେପଟେ ଆଜିଠୁ ୩୦ ତାରିଖ ଯାଏ ୪ ଦିନ ପାଇଁ ବ୍ରହ୍ମପୁର ସଟ୍ଡାଉନ ଘୋଷଣା କରାଯାଇଛି। କେବଳ କ୍ଷୀର ଓ ଜରୁରୀ ସ୍ବାସ୍ଥ୍ୟସେବା ପାଇଁ କୋହଳ ହେବ ନିୟମ । ସଟ୍ଡାଉନରେ ଘରଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚ କରିବେ ଡାକ୍ତରୀ ଟିମ୍ । ଏଥିପାଇଁ ୭୦ଟି ଟିମ୍ ଗଠନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/1-42.jpg)