କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଗଡ଼ିଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ । ଜାନୁଆରୀ ୨୬ରେ ଦିଲ୍ଲୀ ଦେଖିଲା ଓଡିଶା ପ୍ରସିଦ୍ଧ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଦୁଇ ବର୍ଷ ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ସ୍ଥାନ ପାଇଲା । ଓଡ଼ିଶାର ମହାନ ଐତିହ୍ୟ ଓ ସଂସ୍କୃତିକୁ ଆଜି ସାରା ଦେଶ ଦେଖିଛି | ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ ପଛରେ ଥିବା ପରମ୍ପରାକୁ ପ୍ରଜ୍ଞାପନ ମେଢ଼ରେ ଦର୍ଶାଯାଇଛି |
ଅଦିନରେ ନୂଆ ଦିଲ୍ଲୀରେ ଗଡିଲା ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଲିଙ୍ଗରାଜଙ୍କ ରୁକୁଣା ରଥ । ରାଜଧାନୀ ଦିଲ୍ଲୀ ସମେତ ସାରା ଦେଶ ଦେଖିଲା ଓଡିଶାର ପ୍ରସିଦ୍ଧ ରୁକୁଣା ରଥଯାତ୍ରା । ଓଡିଶାରୁ ଯାଇଥିବା ନୃତ୍ୟଶିଳ୍ପୀମାନେ ଦିଲ୍ଲୀ ଦରବାରରେ ନୃତ୍ୟ ମାଧ୍ୟମରେ କଳା ଓ ସଂସ୍କୃତିର ପ୍ରଦର୍ଶନ କରିଛନ୍ତି । ଆଜିର ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର ୩ଟି ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରୁ ୩୦ ଜଣ ଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ । ଏହି ପ୍ରଜ୍ଞାପନ ମେଢରେ ପୂରା ପାରମ୍ପରିକ ଢଙ୍ଗରେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ପ୍ରଦର୍ଶିତ କରିଛି ଓଡିଶା ।
ଚଳିତବର୍ଷ ସାଧାରଣତନ୍ତ୍ର ଦିବସରେ ଦେଶର ମୋଟ ୨୨ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଛି । ଗତ ଦୁଇ ବର୍ଷ ହେଲା ଓଡିଶାର ପ୍ରଜ୍ଞାପନ ମେଢ ଗଣତନ୍ତ୍ର ଦିବସରେ ସାମିଲ ହୋଇନଥିଲା । ଶେଷ ଥର ପାଇଁ ଓଡିଶାର ପ୍ରଜ୍ଞାପନ ମେଢ ୨୦୧୭ରେ ସାମିଲ ହୋଇଥିଲା, ଯାହାର ଥିମ୍ ଥିଲା ଦୋଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/28.jpg)
/kanak/media/post_attachments/wp-content/uploads/2020/01/Screen-Shot-2020-01-26-at-12.27.06-PM-300x243.png)
/kanak/media/post_attachments/wp-content/uploads/2020/01/Screen-Shot-2020-01-26-at-12.25.43-PM-300x238.png)