କନକ ବ୍ୟୁରୋ : ଛୁଟିଦିନରେ ବି ଖୋଲା ରହିଛି ସରକାରୀ ଅଫିସ । ରାଜଧାନୀ ଭୂବନେଶ୍ୱରର ପଟିଆ ଅଂଚଳରେ ଥିବା ଆରଟିଓ ୨ ଅଫିସର ଛୁଟିରେ ବି ଖୋଲା ରହିଛି । ରବିବାର ହୋଇଥିଲେ ବି ଖୋଲା ରହିଛି ଆରଟିଓ ଅଫିସ । ଆଉ ଭିଡ ବି ଆରମ୍ଭ ହୋଇଛି । ନୂଆ ମୋଟର ଯାନ ଆଇନ ଦେଶରେ ଲାଗୁ ହେବା ପରେ ନୂଆ ନିୟମ ଅନୁସାରେ ନିଜର କାଗଜପତ୍ର କରିବାକୁ ସକାଳୁ ଭିଡ ଲଗାଉଛନ୍ତି ଲୋକେ । ସବୁଠୁ ବଡ କଥା ହେଉଛି ରବିବାର ଛୁଟି ଦିନ ହୋଇଥିଲେ ବି ଆରଟିଓ ଅଫିସରେ କର୍ମଚାରୀ ଆସି କାମ କରୁଛନ୍ତି । ଲୋକଙ୍କୁ ସେବା ଦେଉଛନ୍ତି ।
ସେପ୍ଟେମ୍ୱର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଥିଲା ନୂଆ ମୋଟର ଯାନ ଆଇନ । ହଠାତ୍ ଏହାକୁ ସାରା ଦେଶରେ ଲାଗୁ କରିବା ପରେ ଲୋକଙ୍କ ଉପରେ ଆରଟିଓ କସିଥିଲା ମୋଟା ଅଂକର ଜରିମାନା । ଏହା ବିରୋଧରେ ସାରା ରାଜ୍ୟରେ ବିରୋଧ ତେଜିବା ପରେ ମୁଖ୍ୟମନ୍ତ୍ରୀ ୩ ମାସ ପାଇଁ ଏହାକୁ କୋହଳ କରିଥିଲେ । ତେବେ ଏହା ମଧ୍ୟରେ ଗାଡିର କାଗଜପତ୍ର କରାଇବାକୁ ପ୍ରତିଦିନ ଆରଟିଓ ଅଫିସରେ ଭିଡ ଦେଖିବାକୁ ମିଳୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/RTO_00000-1.png)