କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି : ସିମେଣ୍ଟ, ଆଇରନ, ଷ୍ଟିଲ ଉଦ୍ୟୋଗରେ ଚାହିଦା ବଢାଇବାକୁ ପଦକ୍ଷେପ, ନିର୍ମାଣ କ୍ଷେତ୍ରକୁ ୨୫ ହଜାର କୋଟି ସହାୟତା ଦେବେ ସରକାର 

242

କନକ ବ୍ୟୁରୋ : ରିଏଲ ଇଷ୍ଟେଟର ସ୍ଥିତି ସୁଧାରିବାକୁ ସରକାରଙ୍କ ବଡ ପଦକ୍ଷେପ । କେନ୍ଦ୍ର କ୍ୟାବିନେଟ ସାରା ଦେଶରେ ଅଟକି ରହିଥିବା ହାଉସିଂ ପ୍ରୋଜେକ୍ଟ ପାଇଁ ୨୫ହାଜର କୋଟି ଟଙ୍କା ସହାୟତା ପ୍ରସ୍ତାବ ଉପର୍ ମୋହର ମାରିଛି । କ୍ୟାବିନେଟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଏହି ଅଲଟରନେଟିଭ୍ ଇନଭେଷ୍ଟମେଂଟ ଫଣ୍ଡ ବା ଏଆଇଏଫରେ ସରକାର ୧୦ ହଜାର କୋଟି ଟଙ୍କା ଦେବେ । ଆଉ ବାକି ୧୫ ହଜାର କୋଟି ଟଙ୍କା ଯୋଗାଇଦେବେ ଏସବିଆଇ ଓ ଏଲଆଇସି ।

କେନ୍ଦ୍ର ଅର୍ଥମନ୍ତ୍ରୀ ସାଂବାଦିକ ସମ୍ମିଳନୀରେ କହିଛନ୍ତି ଅର୍ଥ ଅଭାବରୁ ଦେଶର ୧୬ ଶହ ପ୍ରକଳ୍ପରେ ୪ଲକ୍ଷ ୫୮ ହଜାର ଘର ନିର୍ମାଣ କାମ ଅଟକି ରହିଛି । ଏଥିପାଇଁ ଏଆଇଏଫ ପାଣ୍ଠି ଯୋଗାଇଦେବ । ଲୋକଙ୍କୁ ରୋଜଗାର ଯୋଗାଇ ଦେବା ଏବଂ ସିମେଂଟ, ଆଇରନ, ଷ୍ଟିଲ ଉଦ୍ୟୋଗରେ ଚାହିଦା ବଢାଇବାକୁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି ନିର୍ମଳା ସୀତାରମଣ । କେନ୍ଦ୍ରମନ୍ତ୍ରୀଙ୍କ କହିବା ମୁତାବକ ଏନପିଏ ଘୋଷଣା କରାଯାଇଥିବା ଏବଂ ଦେବାଳିଆ ସ୍ଥିତିରେ ଚାଲିଥିବା ପ୍ରକଳ୍ପକୁ ମଧ୍ୟ ଏହି ପାଣ୍ଠିରୁ ଫାଇଦା ମିଳିବ ।