ରିୟଲିଟି ଶୋ’ ରେ ପୁଣି ରାଉରକେଲା ଝିଅଙ୍କ ଜଲୱା । ଆଣ୍ଡ୍ ଟିଭିି ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ –‘ୟୁ ଥିଙ୍କ୍ ୟୁ କ୍ୟାନ୍ ଡ୍ୟାନ୍ସ’ର ଫାଇନାଲରେ ପହଂଚିଛନ୍ତି ଓଡିଆ ଝିଅ ରୋଜା ରାଣା । ଶୋ’ ର ଆରମ୍ଭରୁ ଏପର୍ଯ୍ୟନ୍ତ ନିଜର ଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରି ସେ ଫାଇନାଲରେ ପହଂଚିଛନ୍ତି । ରୋଜାଙ୍କ ନୃତ୍ୟ ଶୋ’ ର ଜଜଙ୍କ ମନକୁ ଜିଣି ପାରିଛି । ରୋଜାଙ୍କ କୃତି ଓ ସଫଳତା ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଖୁସି । ସେପଟେ ତାଙ୍କୁ ଅଧିକରୁ ଅଧିକ ଭୋଟ ଦେଇ ୱିନର୍ କରିବା ପାଇଁ ତାଙ୍କ ସହଯୋଗୀ ଓ କଲେଜ ଅଧ୍ୟାପକ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us