ରିଲିଜ୍ ହେଲା ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରଥମ ଗୀତ

45

ରିଲିଜ୍ ହୋଇଛି ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରଥମ ଗୀତ । ତେବେ ରିଲିଜ ହେବା ପରେ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ସାରିଲାଣି ଗୀତଟି । ଏବଂ ଦର୍ଶକ ମାନେ ମଧ୍ୟ ଗୀତଟିକୁ ବହୁତ ପସନ୍ଦ କରିଛନ୍ତି । ଏହା ପୂର୍ବରୁ ଗୁରୁବାର ଏହି ଫିଲ୍ମର ଏକ ଫଟୋ ଆଉଟ ହୋଇଥିଲା ଯେଉଁଥିରେ ଭର୍ସାଟାଇଲ ଆକ୍ଟର ମନୋଜ ବାଜପେୟୀ ଜୁଡୋ କଷ୍ଟ୍ୟୁମରେ ଜଣେ ଜୁଡୋ କୋଚ ଭୂମିକାରେ ନଜର ଆସିଥିଲେ । ଆସନ୍ତା ଅଗଷ୍ଟ ୫ ତାରିଖରେ ରୂପେଲି ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଏହା ସହ ଦର୍ଶା ଯାଇଛି ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀ । ତେବେ ଫିଲ୍ମରେ ବୁଦ୍ଧିଆ ଭୂମିକାରେ ଅଭିନୟ କରିଛନ୍ତି କୁନି କଳାକାର ‘ମୟୁର’ ।

ଏହା ସହ ରୂପେଲି ପରଦାରେ ବୁଦ୍ଧିଆ ସିଂ : ରିଲିଜ୍ ହେଲା ‘ବୁଦ୍ଧିଆ ସିଂ- ବର୍ଣ୍ଣ ଟୁ ରନ୍’ର ଟ୍ରେଲର