କନକ ବ୍ୟୁରୋ : ଆଜି ପାଳିତ ହେଉଛି ରାଉରକେଲା ଦିବସ । ଏହି ଅବସରରେ କାନଭାସ ସଂଗଠନ ପକ୍ଷରୁ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ଷ୍ଟିଲସିଟି ରାଉରକେଲାର ଉତ୍ପତି, ବିକାଶ ଓ ଭାଇଚାରାର ବାର୍ତ୍ତା ବହନ କରୁଛି ଏହି ଦିବସ ।
ଏହି ଅବସରରେ ଆଜି ସକାଳେ ‘ରନ୍ ଫର୍ ରାଉରକେଲା’ ଗଣଦୌଡ ଅନୁଷ୍ଠିତ ହୋଇଥିଲା । କାନଭାସ ସଂଗଠନ ପକ୍ଷରୁ ଏହି ଦିବସକୁ ଧୁମଧାମରେ ପାଳନ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏହି ଉପଲକ୍ଷେ ସଂଧ୍ୟାରେ ଭଂଜଭବନରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ।
ଏହି ଅବସରରେ ରାଉରକେଲାର ବିକାଶ ସହ ସଂପୃକ୍ତ ୫ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ରାଉରକେଲା ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ଅନ୍ୟ ୫ ଜଣଙ୍କୁ ମରଣୋତର ଭାବେ ମିଳିବ ଏହି ସମ୍ମାନ । ରାଉରକେଲା ଦିବସ ଉପଲକ୍ଷେ ସହରର ପ୍ରମୁଖ ସ୍ଥାନଗୁଡିକୁ ସୁନ୍ଦର ଭାବେ ସଜାଇ ଦିଆଯାଇଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-03-12h40m59s884.png)