ହିଟ୍ ମ୍ୟାନଙ୍କ ଛକାରେ ଆହତ ହେଲେ ଯୁବତୀ : ଅଟୋଗ୍ରାଫ୍ ସହ ଟୋପି ଦେଇ ପ୍ରଶଂସିକାଙ୍କ ମନ ଜିଣିଲେ ରୋହିତ

453

କନକ ବ୍ୟୁରୋ : ବିଶ୍ୱକପ୍ ସେମି ଫାଇନାଲରେ ଭାରତ । ବାଂଲାଦେଶ ବିପକ୍ଷ ମ୍ୟାଚରେ ଦମଦାର ବିଜୟ ସହିତ ପଏଂଟ ଟେବୁଲରରେ ୧୩ ପଏଂଟ ହାସଲ କରି ବିଶ୍ୱକପ୍ ସେମି ଫାଇନାଲ୍ ଯୋଗ୍ୟତା ହାସଲ କରି ନେଇଛି ଟିମଇଣ୍ଡିଆ । ରୋହିତ ଶର୍ମାଙ୍କ ଦମଦାର ଶତକ ଓ ବୁମରାଙ୍କ ଘାତକ ବୋଲିଂ ଭାରତକୁ ଏହି ସଫଳତା ଦେଇଛି । ରୋହିତ ୯୨ଟି ବଲରେ ୧୦୪ ରନ କରିଥିଲେ ଜ୍ଝ ରୋହିତ ୭ଟି ଚଉକା ଓ ୫ଟି ଛକା ମଧ୍ୟ ମାରିଥିଲେ ।

 

ତେବେ ରୋହିତଙ୍କର ଗୋଟିଏ ଛକାରେ ଖେଳ ଦେଖିବାକୁ ଆସିଥିବା ଜଣେ ଭାରତୀୟ ପ୍ରଶଂସକ ଆହତ ହୋଇଥିଲେ । ମ୍ୟାଚଶେଷ ହେବା ପରେ ଏକଥା ଜାଣିବାକୁ ପାଇଥିଲେ ରୋହିତ । କ୍ଷମା ମାଗିବା ସହ ନିଜ ପିନ୍ଧିଥିବର ଟୋପିକୁ ପ୍ରଶଂସକଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିିଥିଲେ । ଟୋପିରେ ରୋହିତ ନିଜର ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ । ଟୋପି ଓ ଅଟୋଗ୍ରାଫ୍ ପାଇ ପ୍ରଶଂସିକା ଜଣକ ଖୁସି ଖୁସରେ ଆତ୍ମହରା ହୋଇଯାଇଥିଲେ । ରୋହିତ ଚଳିତ ବିଶ୍ୱକପରେ ଏହାକୁ ନେଇ ଚାରୋଟି ଶତକ କରିଛନ୍ତି । ଗୋଟିଏ ୱାଲ୍ଡକପରେ ଚତୁର୍ଥ ଶତକ ଲଗାଇଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ।