ରିଲିଜର ପ୍ରଥମ ଦିନରେ କମ୍ ବ୍ୟବସାୟ କଲା ରକ ଅନ ୨

66

୨୦୦୮ରେ ରିଲିଜ ହୋଇଥିବା ଫରହାନ ଅଖତାରଙ୍କ ସିନେମା ‘ରକ ଅନ’ ବହୁତ ସଫଳତା ପାଇଥିଲା ଏବଂ ଏବେ ଏହାର ସିକ୍ୱେଲ ‘ରକ ଅନ ୨’ ମଧ୍ୟ ସଫଳତାକୁ ଦୋହରାଇବ ବୋଲି ଆଶା କରା ଯାଉଥିଲା । କିନ୍ତୁ ‘ରକ ଅନ ୨’ର ବକ୍ସ ଅଫିସ ରିପୋର୍ଟ ଦେଖିଲେ ଆପଣ ଜାଣି ପାରିବେ ଏହି ସିନେମା ସଫଳତା ଠାରୁ ବହୁତ ଦୂରରେ ।

ଗତ ଶୁକ୍ରବାରରେ ରିଲିଜ ହୋଇଥିବା ସିନେମା ‘ରକ ଅନ ୨’ ପ୍ରଥମ ଦିନରେ ମାତ୍ର ୨.୦୨ କୋଟି ଟଙ୍କା ସଂଗ୍ରହ କରି ପାରଛିି । ଏହି ସିନମା ଦର୍ଶକ ମହଲରେ ଆଦୃତ ନହେବାର ବିଭିନ୍ନ କାରଣ ହୋଇପାରେ ।

ପ୍ରଥମତଃ ‘ରକ ଅନ ୨’ ର ସଙ୍ଗୀତ ଦର୍ଶକଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି । ଏପଟେ ସରକାରଙ୍କ ଦ୍ୱାରା ୫୦୦ ଓ ୧୦୦ ଟଙ୍କିଆ ନୋଟ ବ୍ୟାନ କରିବା ମଧ୍ୟ ସବୁଠାରୁ ବଡ କାରଣ ହୋଇପାରେ । ଏହାସହ ସିନେନିର୍ମାତା କହିଛନ୍ତି ମୋଦୀ ସରକାରଙ୍କ ଏପରି ଅଚାନକ ଘୋଷଣା ଯୋଗୁଁ ସିନେମା ଆୟ ଉପରେ ଏହାର ପ୍ରବଳ ପ୍ରଭାବ ପକାଇଛି ।