କରୋନା ରୋଗୀଙ୍କୁ ଚିହ୍ନିବ ରୋବୋଟ୍ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଠାବ କରିବା ସହ ତୁରନ୍ତ ଡାକ୍ତରଙ୍କୁ ଦେବ ଖବର

606

କନକ ବ୍ୟୁରୋ : ରୋବଟ ଚିହ୍ନିବ ରୋଗୀଙ୍କୁ । ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଚିହ୍ନିବା ସହ ତୁରନ୍ତ ଡାକ୍ତରଙ୍କୁ ଦେବ ଖବର । କେବଳ ସେତିକି ନୁହେଁ ଯଦି ଆବଶ୍ୟକ ପଡେ ତେବେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଭିଡିଓ କନଫେରେନ୍ସିଂ ମଧ୍ୟ କରାଇବ ।

ଥର୍ମାଲ ସ୍କ୍ରିନିଂ, କାର୍ଯ୍ୟାଳୟର କର୍ମୀଙ୍କ ସଠିକ ଚିହ୍ନଟ,ପରିବେଶର ତାପମାତ୍ରା ସୂଚନା,ସାନିଟାଇଜ ସହ ଆପଣ ମାସ୍କ ପିନ୍ଧିଛନ୍ତି କି ନାର୍ହି ଏହି ସବୁର ଟିକିନିକି ଖବର ଦେବ ଏହି ନୂଆ ରୋବଟ । ରାଜସ୍ଥାନ ଜୟପୁରର କ୍ଲବଫାଷ୍ଟ ଦ୍ୱାରା ନିର୍ମିତ ହୋଇଛି ଦୁଇଟି ଭିନ୍ନ ରୋବୋଟ । ଯାହାର ନାଁ ରହିଛି ସୋନା ଜିରୋ ପଏଂଟ ଫାଇଭ ଓ ସୋନା ୱାନ ପଏଂଟ ଫାଇଭ । ଦେଶର ଏହା ପ୍ରଥମ ରୋବଟ ଯିଏକି ସ୍ୱୟଂଚାଳିତ ସହ ଏକା ସହ ବିଭିନ୍ନ କାମ କରିପାରେ ।

ସଂସ୍ଥାର ମୁଖ୍ୟ ନୀଳିମା ମିଶ୍ର ଓ ଭୁବନେଶ ମିଶ୍ର କହିଛନ୍ତି ଏହି ଅତ୍ୟାଧୁନିକ ରୋବଟ ବର୍ତମାନ ଚାଲିଥିବା କରୋନା ସମସ୍ୟାରେ ଡାକ୍ତରଙ୍କ ପାଇଁ ବେଶ ସହାୟକ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ଅନୁପ୍ରାଣିତ ହୋଇ ଏହି ରୋବଟ ନିର୍ମାଣ କରାଯାଇଛି ଓ ଆଗକୁ ଫାୟରଫାଇଟର ରୋବଟ ନିର୍ମାଣ କରାଯିବା ଲକ୍ଷ୍ୟ ରଖାଯାଇଥିବା କହିଛି କ୍ଲବଫାଷ୍ଟ କମ୍ପାନୀ ।