କନକ ବ୍ୟୁରୋ : ମହଙ୍ଗା ପଡିଲା କଂମେଟ ମାରିବା, ରୋଡ ରୋମିଓଙ୍କୁ ଛେଚିଲେ ଯୁବତୀ । ଭୁବନେଶ୍ୱର ଜଗନ୍ନାଥ ନଗର ରୋଡରେ ଘଟିଛି ଏହି ଘଟଣା । ସ୍କୁଟିରେ ଯାଉଥିବା ଯୁବତୀଙ୍କୁ ଦୁଇଜଣ ଯୁବକ ବାରମ୍ବାର ଫଲୋ କରିବା ସହ କମେଂଟ କରିଥିଲେ । ଯୁବତୀ ଜଣକ ନିଜ ରୁଟ୍ ବଦଳାଇଦେବା ସତ୍ବେ ବି ଦୁଇ ଯୁବକ ତାଙ୍କୁ ପିଛା କରିବା ଛାଡି ନଥିଲେ । ଅସହ୍ୟ ହେବାରୁ ଯୁବତୀ ଜଣଙ୍କ ହଠାତ୍ ଗାଡି ରଖି ଦୁଇ ଜଣ ଯୁବକଙ୍କୁ ଧରି ପାନେ ଦେଇଛନ୍ତି ।
ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦୁଇ ଯୁବକଙ୍କୁ କିଛି ନକହି ଆଖିବୁଜା ମାଡ଼ ମାରିଛନ୍ତି ବେବିନା ମହାଲିକ୍ । ଝିଅ ବୋଲି ଡରିଯାଇନଥିଲେ । ଯୁବକଙ୍କୁ କାନ ଧରି ଉଠବସ୍ କରାଇବା ସହ ଉତ୍ତମ ମଧ୍ୟମ ଦେଇଛନ୍ତି । ତେବେ ଏପରି ଘଟଣାର ପୁନରାବୃତ୍ତି ନକରିବା ପାଇଁ ମଧ୍ୟ ଉଭୟଙ୍କୁ ଚେତାବନୀ ଦେଇଛନ୍ତି । ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/09/ROAD.jpg)