କନକ ବ୍ୟୁରୋ : ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋକୁ ଧକା ଦେଲା ବସ୍ । ୨ ମୃତ , ୨ ଆହତ । ମୃତ୍ୟୁବରଣ କରିଥିବା ଦୁଇ ଜଣ ହେଉଛନ୍ତି ବୌଦ୍ଧ ବ୍ଲକ ବଲିସିଙ୍ଗା ଗାଁର ତ୍ରଲୋକ୍ୟ ପ୍ରଧାନ ଓ ତାଙ୍କ ପତ୍ନୀ ସୁରଙ୍ଗିନୀ ପ୍ରଧାନ ଏବଂ ଆହତ ହୋଇଛନ୍ତି ଅନ୍ନପୂର୍ଣ୍ଣ ପ୍ରଧାନ ଓ ଜଣେ ଶିଶୁ ।
ସୂଚନା ଅନୁଯାୟୀ ଏମାନେ ଏକ ବାହାଭୋଜିରେ ଯୋଗ ଦେଇ ଅଟୋରେ ଘରକୁ ଫେରୁଥିବାବେଳେ ବୌଦ୍ଧ ପଟୁ ଯାଉଥିବା ଏକ ବସ୍ ଚମ୍ପାପୁର ଛକ ନିକଟରେ ଅଟୋକୁ ଧକା ଦେଇଥିଲା । ଖବର ପାଇ ବୌଦ୍ଧ ପୋଲିସ ପହଁଚି ସେମାନଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲା । ହେଲେ ଡାକ୍ତର ୨ଜଣଙ୍କୁ ମୃତ ଘୋଷଣା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/9-4.png)